Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

୨୦୧୯ରେ ଘଟିବ ୫ଟି ମହାଜାଗତିକ ରୋମାଞ୍ଚକର ଘଟଣା, ପରାଗ ଓ ଗ୍ରହଣର ଛାଇ ଆଲୁଅ ଖେଳ

28/12/2018 at 12:48 PM

ଭୁବନେଶ୍ୱର ୨୮/୧୨ : ନୂଆ ବର୍ଷ ୨୦୧୯ ନେଇ ଆସୁଛି ରୋମାଞ୍ଚକର ଚନ୍ଦ୍ର ଏବଂ ସୂର୍ଯ୍ୟ ଗ୍ରହଣ | ଆସନ୍ତା ବର୍ଷରେ ୩ଟି ସୂର୍ଯ୍ୟ ଗ୍ରହଣ ଏବଂ ଦୁଇଟି ଚନ୍ଦ୍ର ଗ୍ରହଣ ହେବାକୁ ଅଛି | ତେବେ ଭାରତରେ କେବଳ ଦୁଇଟି ହିଁ ଗ୍ରହଣ ଦେଖିବାକୁ ମିଳିବ | ଉଜେୈନର ପ୍ରତିଷ୍ଠିତ ସାଶକୀୟ ଜିବଜୀ ବୈଧଶାଳାର ଅଧିକ୍ଷକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଗୁପ୍ତ ଗୁରୁବାର ଦିନ ସୂଚନା ଦେଇଛନ୍ତି ଯେ, ଆଗାମୀ ବର୍ଷରେ ଅଦ୍ଭୁତ ଗ୍ରହଣ ଦେଖିବାକୁ ମିଳିବ | ଆସନ୍ତା ଜାନୁଆରୀ ୬ ତାରିଖରେ ଆଂଶିକ ସୂର୍ଯ୍ୟ ଗ୍ରହଣ ଦେଖାଯିବ | ଗ୍ରହଣ ଲାଗିବା ବର୍ଷର ପ୍ରଥମ ମାସରୁ ଆରମ୍ଭ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି |

ଡାକ୍ତର ରାଜେନ୍ଦ୍ର ପ୍ରସାଦ ଗୁପ୍ତଙ୍କ କହିବା ଅନୁଯାୟୀ, ବର୍ଷର ଏହି ପ୍ରଥମ ଗ୍ରହଣ ଭାରତରେ ଦେଖାଦେବ ନାହିଁ | କଳା ଗଣନା ଅନୁଯାୟୀ ଜାନୁଆରୀ ୨୧ ତାରିଖରେ ସମ୍ପୂର୍ଣ ଚନ୍ଦ୍ର ଗ୍ରହଣ ଦେଖାଦେବ ବୋଲି ସେ କହିଛନ୍ତି | ଏହି ଦିନ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ସରଳରେଖାରେ ରହିବେ | କିନ୍ତୁ ଏହି ଅଦ୍ଭୁତ ଦୃଶ୍ୟ ଭାରତରେ ଦେଖା।ଯିବ ନାହିଁ  | କାରଣ ଯେଉଁ ସମୟରେ ଗ୍ରହଣ ଲାଗିବ ସେତେବେଳେ ଭାରତରେ ଦିନ ହୋଇଥିବ ଏବଂ ଖରା ହେଉଥିବା | ସୂର୍ଯ୍ୟ କିରଣ ଯୋଗୁଁ ଏହି ଅଦ୍ଭୁତ ଦୃଶ୍ୟ ଭାରତରେ ଦୃଶ୍ୟମାନ ହେବନାହିଁ ବୋଲି ସେ ସୂଚନା ଦେଇଛନ୍ତି |

ବହୁ ପୁରାତନ ଜ୍ୟୋତିର୍ବିଦ ତଥା ଅଧିକ୍ଷକ କହିଛନ୍ତି ଯେ, ଆସନ୍ତା ଜୁଲାଇ ୨ ଏବଂ ୩ ତାରିଖ ରାତିରେ ପୁର୍ଣ ସୂର୍ଯ୍ୟ ଗ୍ରହଣ ହେବ | କିନ୍ତୁ ସେତେବେଳେ ଭାରତରେ ଯେହେତୁ ରାତି ହେଇଥିବା ସେହି ସୂର୍ଯ୍ୟଗ୍ରହଣ ମଧ୍ୟ ଭାରତରେ ଦୃଶ୍ୟମାନ ହେବନାହିଁ | ତେବେ ସେହି ଜୁଲାଇ ମାସ ୧୬ ଏବଂ ୧୭ ତାରିଖରେ ପୁଣି ଆଂଶିକ ଚନ୍ଦ୍ର ଗ୍ରହଣ ଲାଗିବ | ତେବେ ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ହେବ |

୨୦୧୯ ମସିହା ଡିସେମ୍ବର ୨୬ ତାରିଖରେ ପୁଣି ଏକ ସୂର୍ଯ୍ୟ ଗ୍ରହଣ ହେବ | ଏହି ସୂର୍ଯ୍ୟଗ୍ରହଣ ସମ୍ପୂର୍ଣ ଭବେ ଭାରତରେ ଦୃଶ୍ୟମାନ ହେବ | ଦେଶର ଦକ୍ଷିଣ ଭାଗ ଯଥା କନ୍ନୁର, କୋଝିକୋଡ଼, ମଦୁରାଇ, ତ୍ରିଚୁର ଆଦି ଅଂଚଳରେ ସୂର୍ଯ୍ୟ ଗ୍ରହଣ ଅପେକ୍ଷାକୃତ ଭଲ ଭାବେ ଦୃଶ୍ୟମାନ ହେବ | ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ସମୁଦାୟ ୫ଥର ଗ୍ରହଣ ଲାଗିଥିଲା | ଚଳିତ ବର୍ଷ ଦୁଇଟି ପୁର୍ଣ ଚନ୍ଦ୍ର ଗ୍ରହଣ ଏବଂ ତିନିଟି ଆଂଶିକ ସୂର୍ଯ୍ୟ ଗ୍ରହଣ ଲାଗିଥିଲା |

   Related Posts