ଟ୍ରକକୁ ପଛ ପଟୁ ପିଟିଲା କାର୍ : ୫ ଗୁରୁତର

Published By : Prameya-News7 Bureau | October 13, 2019 IST

ରାୟଗଡା  ୧୩/୧୦: ରାୟଗଡା ସହରର କଟଲାଗୁଡା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ୩୨୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

{"id":169499}

ସମସ୍ତ ଆହତ ଟିକିରି ଗ୍ରାମର ବୋଲି ଜଣାପଡିଛି। କାରଟି ଟିକିରିରୁ ରାୟଗଡା ଆସୁଥିବା ବେଳେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇ ଟ୍ରକ ଭିତରେ ପଶିଯାଇଥିଲା। ଫଳରେ ଡ୍ରାଇଭର ସମେତ ଅନ୍ୟ ମାନେ ଗୁରୁତର ଆହତ ହୋଇଥିଲେ। ଆହତ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି।

{"id":169500}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.