ଟ୍ରକ୍‌କୁ ପଛପଟୁ ପିଟିଲା ବସ୍, ଡ୍ରାଇଭରଙ୍କ ସହ ୫ ଗୁରୁତର

Published By : Prameya-News7 Bureau | September 30, 2020 IST

ସାଲେପୁର ୩୦।୯: ସାଲେପୁରରେ ଟ୍ରକ୍‌କୁ ପଛପଟୁ ପିଟିଲା ବସ୍ । ଡ୍ରାଇଭରଙ୍କ ସହ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । କଟକ ଜିଲ୍ଲା ଟାଙ୍ଗୀ ଥାନା ୧୬ ନମ୍ବର ଜାତୀୟ ରାଜପଥର କଇରାପାରି ଛକରେ ଦୁର୍ଘଟଣା ହୋଇଛି ।

ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ କଲିକତାରୁ କଟକ ଯାଉଥିବା ମୁକ୍ତେଶ୍ବର ନାମକ ବସ୍ ୧୬ନମ୍ବର ଜାତୀୟ ରାଜପଥ କଇରାପାରୀ ଛକରେ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ବସ୍ ଡ୍ରାଇଭରଙ୍କ ସହ ୫ ଜଣ ଗୁରୁତର ହୋଇଛନ୍ତି । ଡ୍ରାଇଭରଙ୍କ ସହ ୫ ଗୁରୁତରଙ୍କୁ କଟକ ଏସସିବିକୁ ଆମ୍ବୁଲାନ୍ସ ଯୋଗ ପଠାଯାଇଛି । ବସ୍‌ରେ ୩୦ରୁ ୩୫ଜଣ ଯାତ୍ରୀ ଥିଲେ । ଅନ୍ୟମାନଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁମାନେ ସାମାନ୍ୟ ଆହତ ହୋଇଥିଲେ ସେମାନେ ଚିକିତ୍ସା ପରେ ଘରକୁ ଫେରିଥିବା ଜଣାପଡିଛି । ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ବସ୍ ଓ ଟ୍ରକ୍‌କୁ ଜବତ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.