ସରସ୍ବତୀ ଭସାଣିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ; ୫ରୁ ଅଧିକ ଆହତ

Published By : Prameya-News7 Bureau | February 14, 2019 IST

ଜଗତସିଂହପୁର ୧୪|୨: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା କୁନ୍ଦୁପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ସରସ୍ବତୀ ଭାସାଣିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଫଳରେ ଉଭୟ ଗୋଷ୍ଠୀର ୫ ଜଣ ଆହତ ହୋଇଛନ୍ତି । ଏମାନଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ମାନେ ହେଲେ କୁନ୍ଦୁପୁର ଗାଁର ରବୀନ୍ଦ୍ର ବେହେରା, ଶରତ ବେହେରା, ସସ୍ମିତା ବେହେରା, ସୁନୀଲ ସାହୁ ଓ ଜୁବୁଲି ସାହୁ ।

{"id":84952}

ସୂଚନାଯୋଗ୍ୟ ଯେ, କୁନ୍ଦୁପୁର ଗାଁରେ ଗତକାଲି ଗୋଟିଏ ଗୋଷ୍ଠୀ ସରସ୍ଵତୀ ଭାସାଣି କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ମେଲୋଡି କରୁଥିଲେ । ଦୁଇ ଗୋଷ୍ଠୀର କେତେକଙ୍କ ମଧ୍ୟରେ ବଚସା ହେବା ସହ ମାରପିଟ ହୋଇଥିଲା । ଫଳରେ ଉଭୟ ଗୋଷ୍ଠୀର ୫ ଜଣ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ କୁଣ୍ଡୁପୁର ଗାଁରେ ଉତ୍ତେଜନା ଲାଗି ରହିଛି । ଘଟଣାସ୍ଥଳରେ ବାଲିକୁଦା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ଉଭୟ ଗୋଷ୍ଠୀର ଦୁଇଟି ଭିନ୍ନ ଭିନ୍ନ ରାଜନୈତିକ ଦଳର ସମର୍ଥକ ହୋଇଥିବାରୁ ଏହାକୁ ପ୍ରାକ୍ ନିର୍ବାଚନ ହିଂସା ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.