ଜମିବାଡି ବିବାଦକୁ କେନ୍ଦ୍ରକରି ସିମୁଳିଆରେ ଗୋଷ୍ଠୀ ସଂଘର୍ଷ ; ୫ଜଣ ଗୁରୁତର

Published By : Prameya-News7 Bureau | November 10, 2018 IST

ବାଲେଶ୍ବର ୧୦|୧୧:  ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କୁପୁରା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଫଳରେ ୫ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସିମୁଳିଆ ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ସିମୁଳିଆ ଥାନା ଅନ୍ତର୍ଗତ କୁପୁରା ଗାଁର ଏକ ବିବାଦୀୟ ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା । ତେବେ ଆଜି ସକାଳେ ଏହି ଜମିରେ ଗୋଟିଏ ଗୋଷ୍ଠୀ ଲୋକ ବାଡ ପକାଇବା ଉଦ୍ୟମ କରୁଥିବା ବେଳେ ଅନ୍ୟଗୋଷ୍ଠୀର ଲୋକମାନେ ଖଣ୍ଡା ଏବଂ ଭୁଜାଲିରେ ସେମାନଙ୍କୁ  ଆକ୍ରମଣ କରିଥିଲେ । ଏଥିରେ ୫ଜଣ ଆହତ ହୋଇଛନ୍ତି । ସେମାନେ ହେଲେ  ନିଜାମ ଖାଁ, ସାରୁକ ଖାଁ, ସରଜିନା ଖାତୁନ୍‌, ମୈଜୁଦିନ ଖାଁ ଏବଂ ସୌମୁଦିନ ଖାଁ । ଆହତମାନଙ୍କୁ ପ୍ରଥମେ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ସେମାନଙ୍କ ଅବସ୍ଥା  ଗୁରୁତର ହେବାରୁ ସମସ୍ତଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କର ମୁଣ୍ଡ ଏହ ହାତରେ ଗଭୀର କ୍ଷତ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.