Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

ମାନିଲା ଲମ୍ପଟ ଚୀନ, କହିଲା- ତା ଦେଶରେ ଅଛନ୍ତି ଅରୁଣାଚଳ ପ୍ରଦେଶର ନିଖୋଜ ୫ ଯୁବକ

8/09/2020 at 5:41 PM

ନୂଆଦିଲ୍ଲୀ ୦୮।୦୯: ଅରୁଣାଚଳ ପ୍ରଦେଶରୁ ଅପହୃତ ୫ ଭାରତୀୟଙ୍କୁ ନେଇ ଚୀନ ପ୍ରଥମ ଥର ସୂଚନା ଦେଇ ସ୍ଵୀକାର କରିଛି ଯେ ଅରୁଣାଚଳ ପ୍ରଦେଶର ନିଖୋଜ ଯୁବକ ତା ଦେଶରେ ଅଛନ୍ତି। କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ମଙ୍ଗଳବାର କହିଛନ୍ତି ଅପହୃତ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି। ଅରୁଣାଚଳ ପ୍ରଦେଶର ସୁବନସିରି  ଜିଲ୍ଲାର ଏହି ପାଞ୍ଚ ଯୁବକ ଜଙ୍ଗଲକୁ ଶିକାର ପାଇଁ ଯାଇଥିଲେ। ସେଠାରେ ସେମାନଙ୍କୁ ଅପହରଣ କରି ନିଆଯାଇଥିଲା। ପରେ ପରିବାର ବର୍ଗ ଅଭିଯୋଗ କରିଥିଲେ ଯେ ଚୀନ ସେନା ପିପୁଲ୍ସ ଲିବେରେସନ ଆର୍ମି ସେମାନଙ୍କୁ ଅପହରଣ କରି ନେଇଛନ୍ତି।

ଗୋଟିଏ ଦିନ ପୂର୍ବେ ସୋମବାର ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରୁଣାଚଳ ପ୍ରଦେଶରେ ନିଖୋଜ ଯୁବକଙ୍କ ବିଷୟରେ ତାଙ୍କ ପାଖରେ ସୂଚନା ନଥିବା କହିଥିଲା। ପୂର୍ବ ଲଦାଖରେ  ଜାରି ତତ୍ତେଜନା ମଧ୍ୟରେ ଚୀନ ମୁଖପାତ୍ର ଓଲଟା ଏହି ପ୍ରସଙ୍ଗରେ ଉତ୍ତେଜିତ ବୟାନ ଦେଇ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତର ଅଂଶ ବୋଲି କହିଥିଲେ।

ଏବେ ଚୀନ ସେନା ନିଜ ଦେଶରେ ଅରୁଣାଚଳ ପ୍ରଦେଶର ପାଞ୍ଚ ଯୁବକଙ୍କ ସନ୍ଧାନ ପାଇଥିବା କହିଛି। ଯୁବକଙ୍କ ନାଁ କୋଚ୍ ସିଙ୍ଗକମ, ପ୍ରସାତ ରିଙ୍ଗଲିଙ୍ଗ, ଡୋଙ୍ଗଟୁ ଏବିଆ, ତନୁ ବାକେର ଓ ଗାରୁ ଡିରି। ଏହି ପାଞ୍ଚ  ଜଣ ଯୁବକ ଏକ ଗୋଷ୍ଠୀ ସହିତ ଜଙ୍ଗଲକୁ ଯାଇଥିଲେ। ହେଲେ ଦୁଇ ଜଣ ଫେରି ଆସିଥିବା ବେଳେ ଏହି ୫ ଯୁବକ ଘରକୁ ଫେରିନଥିଲେ। ନିଖୋଜଙ୍କ ପରିବାର ବର୍ଗ ଶୁକ୍ରବାର ଅଭିଯୋଗ କରିଥିଲେ ଯେ, ଚୀନ ସେନା ସେମାନଙ୍କୁ ଅପହରଣ କରି ନେଇ ଯାଇଛି।

ଏହା ପରେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଅରୁଣାଚଳ ପ୍ରଦେଶର ୫ ନିବାସୀଙ୍କ ନିଖୋଜ ଉପରେ ଚିନ୍ତା ପ୍ରକାଶ କରି କହିଥିଲେ ଭାରତୀୟ ସେନା ରବିବାର ପିଏଲଏ ସେନାକୁ ହଟ୍‌ଲାଇନ୍‌ ସନ୍ଦେଶ ପଠାଇଥିଲେ।

   Related Posts