Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ପାଞ୍ଚ ଭାରତୀୟ ଖେଳାଳିଙ୍କ ପାଖରେ ରହିଛି ପ୍ରତ୍ୟାବର୍ତ୍ତନର ଶେଷ ସୁଯୋଗ, ନଚେତ୍ ସମାପ୍ତ ହୋଇପାରେ କ୍ୟାରିୟର

12/07/2021 at 5:35 PM

ନୂଆଦିଲ୍ଲୀ ୧୨।୦୭: ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତରେ ଅନେକ ଯୁବ ଖେଳାଳି ସହ ବରିଷ୍ଠ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି। ସିରିଜର ଜୁଲାଇ ୧୮ରୁ ଆରମ୍ଭ ହେବାକୁ ଯାଉଛି। ଏହି ଗସ୍ତରେ ଭାରତ ଘରୋଇ ଦଳ ବିପକ୍ଷରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ। ଦଳରେ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ସହିତ ଅନେକ ବରିଷ୍ଠ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ଏହି ଖେଳାଳିଙ୍କ ପାଇଁ ଏହି ସିରିଜ୍ ବହୁତ ଗୁରୁତ୍ଵପୂର୍ଣ୍ଣ। ଯଦି ଏହି ଖେଳାଳି ଭଲ ପ୍ରଦର୍ଶନ ନକରନ୍ତି ତେବେ ସେମାନଙ୍କ ଅନ୍ତର୍ଜାତୀୟ କ୍ୟାରିୟର ସମାପ୍ତ ହୋଇପାରେ। ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଟି-୨୦ ବିଶ୍ଵ କପ୍ ଖେଳାଯାଉଛି। ତେଣୁ ସମସ୍ତ  ଖେଳାଳି ଭଲ ପ୍ରଦର୍ଶନ କରିବାକୁ ଚାହିଁ ରହିଛନ୍ତି।

ୟୁଜବେନ୍ଦ୍ର ଚହଲ

ନିକଟ ଦିନରେ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପ୍ରଦର୍ଶନ ନିମ୍ନଗାମୀ ହୋଇଛି। ଇଂଲଣ୍ଡ ବିପକ୍ଷ ଗତ ଟି-୨୦ ସିରିଜ୍‌ରେ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଏହା ପରେ ଅନ୍ତିମ ଦୁଇଟି ମ୍ୟାଚ୍‌ରେ ରାହୁଲ ଚହରଙ୍କୁ ସୁଯୋଗ ଦିଆଯାଇଥିଲା। ଚହର ଏହାର ସଦୁପଯୋଗ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଶ୍ରୀଲଙ୍କା ଗସ୍ତରେ ରାହୁଲ ଚହରଙ୍କ ବ୍ୟତୀତ ବରୁଣ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିଛି। ଆଇପିଏଲରେ ଏହି ଦୁଇ ବୋଲରଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ରହିଛି। ତେଣୁ ଏହି ଦୁଇ ଖେଳାଳିଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିପାରେ। ଅନ୍ୟପଟେ ଚହଲ ୫୪ ଦିନିକିଆରୁ ୯୨ ଏବଂ ୪୮ ଟି-୨୦ ମ୍ୟାଚ୍‌ରେ ୬୨ ଓ୍ଵିକେଟ୍ ନେଇଛନ୍ତି।

କୁଲଦୀପ ଯାଦବ

ବାମହାତୀ ଏହି ଚାଇନା ମ୍ୟାନ୍ ବୋଲର ଗତ ଏକ ବର୍ଷ ହେବ ଫର୍ମରେ ନାହାନ୍ତି। ଚଳିତ ଆଇପିଏଲ ସଂସ୍କରଣରେ କୋଲକାତା ନାଇଟ୍‌ ରାଇଡର୍ସ ତାଙ୍କୁ ଗୋଟିଏ ହେଲେ ମ୍ୟାଚ୍‌ରେ ସୁଯୋଗ ଦେଇ ନାହିଁ। ସମୟ ଥିଲା କୁଲଦୀପ-ଚହଲ ଯୋଡି ଭାରତୀୟ ଦଳ ପାଇଁ ମ୍ୟାଚ୍ ଓ୍ଵିନର ଥିଲେ। କୁଲଦୀପ ୬୩ ଦିନିକିଆରୁ ୧୦୫ ଏବଂ ୨୧ ଟି-୨୦ ମ୍ୟାଚ୍‌ରୁ ୩୯ ଓ୍ଵିକେଟ୍ ନେଇଛନ୍ତି।

ମନୀଷ ପାଣ୍ଡେ

ମଧ୍ୟକ୍ରମର ବ୍ୟାଟସମ୍ୟାନ ମନୀଷ ପାଣ୍ଡେ ୨୦୧୫ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେପ ପଦାର୍ପଣ କରିଥିଲେ। ମାତ୍ର ୬ ବର୍ଷରେ ସେ ମାତ୍ର ୨୬ଟି ଦିନିକିଆ ଓ ୩୯ଟି ଟି-୨୦ ମ୍ୟାଚ୍ ଖେଳି ପାରିଛନ୍ତି। ସେ ନିରନ୍ତର ଭଲ ପ୍ରଦର୍ଶନ କରି ପାରି ନାହାନ୍ତି। ସେ ଦିନିକିଆରେ ଏକ ଶତକ ଏବଂ ଦୁଇ ଅର୍ଦ୍ଧଶତକ ମାରିଥିବା ବେଳେ ଟି-୨୦ରେ ତିନି ଅର୍ଦ୍ଧଶତକ ହାସଲ କରିଛନ୍ତି। ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ ଆସିବା ପରେ ମଧ୍ୟକ୍ରମର ବ୍ୟାଟସମ୍ୟାନଙ୍କ ଉପରେ ଅଧିକ ଧ୍ୟାନ ଦିଆଯାଉଛି।

ସଞ୍ଜୁ ସାମସନ

ସଞ୍ଜୁ ସାମସନ ବର୍ତ୍ତମାନ ଆଇପିଏଲ ସିଜିନରେ ରାଜସ୍ଥାନ ରୟାଲ୍ସର ଅଧିନାୟକ। ସେ ବଡ ସଟ୍‌ ମାରିବେ ସିଦ୍ଧହସ୍ତ। ମାତ୍ର ତାଙ୍କ ପ୍ରଦର୍ଶନରେ ମଧ୍ୟ ନିରନ୍ତରତାର ଅଭାବ ରହିଛି। କେଏଲ ରାହୁଲ ସୀମିତ ଓଭର କ୍ରିକେଟ୍‌ରେ ଓ୍ଵିକେଟ୍ କିପର ଭାବେ ଖେଳୁଛନ୍ତି। ଅନ୍ୟପଟେ ଇଶାନ କିଷନ ଟି-୨୦ ଅନ୍ତରାଷ୍ଟ୍ରୀୟରେ ଭଲ ଆରମ୍ଭ କରିଛନ୍ତି। ଏମିତିରେ ସାମସନଙ୍କୁ ନିଜର ପ୍ରଦର୍ଶନ ଉପରେ ଧ୍ୟାନ ଦେବାକୁ ପଡିବ। ସଞ୍ଜୁ ସାମସନ ଏ ପର୍ଯ୍ୟନ୍ତ ୭ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।

ଦୀପକ ଚହର

ଦ୍ରୁତ ବୋଲର ଦୀପକ ଚହର ଟି-୨୦ ଅନ୍ତର୍ଜାତୀୟରେ ଦମଦାର ଆରମ୍ଭ କରିଛନ୍ତି। ମାତ୍ର ପରେ ସେ ଦଳରୁ ବାଦ୍ ପଡିଥିଲେ। ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ସେ ଖେଳିନଥିଲେ। ୧୫ଟି ଟି-୨୦ ମ୍ୟାଚ୍‌ରେ ସେ ୧୮ ଓ୍ଵିକେଟ୍ ନେଇଛନ୍ତି। ତିନୋଟି ଦିନିକିଆରେ ୨ଟି ସଫଳତା ହାସଲ କରିଛନ୍ତି। ଯଶପ୍ରୀତ ବୁମରା, ମହମ୍ମଦ ସାମି, ଭୁବନେଶ୍ଵର କୁମାର, ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପସ୍ଥିତିରେ ଦଳରେ ସ୍ଥାନ ପାଇବାକୁ ହେଲେ ତାଙ୍କୁ ଶ୍ରୀଲଙ୍କା ସିରିଜରେ ଭଲ ପ୍ରଦର୍ଶନ କରିବାକୁ ପଡିବ।

   Related Posts