Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ପାଞ୍ଚ ଭାରତୀୟଙ୍କୁ ଅରୁଣାଚଳ ପ୍ରଦେଶରୁ ଅପହରଣ କଲା ଚୀନ, ମୋଦିଙ୍କୁ ମାଗିଲେ ସାହାଯ୍ୟ

5/09/2020 at 10:12 AM

ଅୁରଣାଚଳ ପ୍ରଦେଶ ୦୫/୦୯: ଭାରତ-ଚୀନ ସୀମା ବିବାଦ ତୀବ୍ର ରୂପ ନେଇଥିବା ବେଳେ ଏବେ ଅରୁଣାଚଳ ପ୍ରଦେଶରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଚୀନ ୫ଜଣ ଭାରତୀୟଙ୍କୁ ଅପହରଣ କରିଛି। କଂଗ୍ରେସ ବିଧାୟକ ନିନଙ୍ଗ ଏରିଙ୍ଗ ଏଇ ଦାବି କରିଛନ୍ତି। ନିନଙ୍ଗ ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ସୂଚନା ପ୍ରଦାନ କରିଛନ୍ତି।

ସେ ଟ୍ବିଟ୍ କରି କହିଛନ୍ତି,  ଅରୁଣାଚଳ ପ୍ରଦେଶ ସୁବାସିରି ଜିଲ୍ଳାରୁ ପାଞ୍ଚ ଜଣଙ୍କୁ ଚୀନ ପିଏଲଏ ଦ୍ବାରା ଅପହରଣ କରାଯାଇଛି। କିଛି ମାସ ତଳେ ମଧ୍ୟ ଏଭଳି ଘଟଣା ଘଟିଥିଲା। ପିଏଲଏ ଓ ଚାଇନିଜ କମ୍ୟୁନିଟି ପାଟିର୍ର୍କୁ ଏହାର ଉଚିତ୍ ଜବାବ ଦେବା ଦରକାର। ସେ କହିଛନ୍ତି କେନ୍ଦ୍ର ସରକାର ଅପହୃତ ହୋଇଥିବା ଲୋକଙ୍କୁ ମୁକୁଳାଇବାରେ ସାହାଯ୍ୟ କରନ୍ତୁ।

ନିନଙ୍ଗ ଏ ଟ୍ବିଟ୍ ସହିତ ଦୁଇଟି ସ୍କ୍ରିନସଟ୍ ଆଟାଚ୍ କରିଛନ୍ତି। ଯେଉଁଥିରେ ଅପହୃତ ହୋଇଥିବା ପାଞ୍ଚ ଲୋକଙ୍କ ନାଁ ଜଣାଇଛନ୍ତି। ସରକାର ଚୀନ ଉପରେ କଡ଼ା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ସହ ଚୀନା ବିସ୍ତାରବାଦ ନୀତିର ତଦନ୍ତ କରିବା ଦରକାର। କୁହାଯାଉଛି ଅପହୃତ ପାଞ୍ଚ ଲୋକ ତାଗିନ ସମୁଦାୟ ସହ ସମ୍ବନ୍ଧିତ। ସେମାନେ ଜଙ୍ଗଲକୁ ଶିକାର କରିବା ପାଇଁ ଯାଇଥିଲେ। ସେତେବେଳେ ସେମାନଙ୍କୁ ଚୀନ ସେନା ଅପହରଣ କରି ନେଇଛି।

ଏଇ ପାଞ୍ଚ ଲୋକଙ୍କ ସହ ଅନ୍ୟ ଦୁଇ ଜଣ ଥିଲେ କିନ୍ତୁ ଅପହରଣ ପୂର୍ବରୁ ସେଠାରୁ ପଳାୟନ କରିବାରେ ସଫଳ ହୋଇଛନ୍ତି। ଏହା ପରେ ସେମାନେ ଗାଁ ଲୋକଙ୍କ ସାମ୍ନାରେ ଏହି ଘଟଣା ବାବଦରେ ଜଣାଇ ଥିଲେ। ପୀଡିତଙ୍କ ପରିଜନ କହିଛନ୍ତି ସେମାନେ ସେନା ଅଧିକାରୀଙ୍କ ସହ ଚର୍ଚା କରିବେ ଓ ଘଟଣା ବାବଦରେ ଜାଣିବା ପାଇଁ ନାଚୋ ଯିବେ। ପରିବାର ସଦସ୍ୟ ଓ ସମ୍ପର୍କୀୟ ସମ୍ବନ୍ଧିତ ଅଧିକାରୀଙ୍କ ସହ ଏ ଘଟଣାକୁ ଗମ୍ଭୀରତା ଭାବେ ଗ୍ରହଣ କରି ପାଞ୍ଚଜଣଙ୍କୁ ଫେରାଇ ଆଣିବା ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଅପିଲ କରିଛନ୍ତି।

   Related Posts