Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

୧୫ଟି ରୁଟରେ ଚଳାଚଳ କରିବ ଟ୍ରେନ୍: ଏକ ଘଣ୍ଟା ପୂର୍ବରୁ ଷ୍ଟେସନରେ ପହଁଚିବାକୁ ହେବ, ଯାତ୍ରା ପୂର୍ବରୁ ଜାଣନ୍ତୁ ଏହି ୫ଟି ଗୁରୁତ୍ୱପୂର୍ଣ୍ଣ ସୂଚନା

11/05/2020 at 3:40 PM

ନୂଆଦିଲ୍ଲୀ, ୧୧|୦୫ :   ରେଳବାଇ ମେ ୧୨ରୁ ୧୫ ଯୋଡା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ କରିବ । ଏହି ଟ୍ରେନ ରାଜଧାନୀ ଦିଲ୍ଲାରୁ ଦେଶର ୧୫ଟି ସହରକୁ ଯାତ୍ରା କରିବ । ଏହି ସମସ୍ତ ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ଏସି କୋଚ୍ ବିଶିଷ୍ଟ ରହିବ । ଏଥିରେ ରେଳଭଡା ମଧ୍ୟ ଅଧିକ । ଆସନ୍ତୁ ଜାଣିବା ଟ୍ରେନ୍ ଯାତ୍ରା ସହ ଜଡିତ ୫ଟି ଗୁରୁତ୍ୱପୂର୍ଣ୍ଣ କଥା ।

୧- ମୋଟ ଟ୍ରେନ ସଂଖ୍ୟା ହେଉଛି ୩୦ । ଏଥିପାଇଁ ସୋମବାର ଅପରାହ୍ନ ୪ଟାରୁ ଟିକେଟ୍ ବୁକିଂ ଆରମ୍ଭ ହେବ । ଏହି ତ୍ୱତନ୍ତ୍ର ଟ୍ରେନର ଟିକେଟକୁ ଆଇଆରସିଟିସିର ଅଫିସିଆଲ୍ ସାଇଟରୁ ବୁକ୍ କରିହେବ । ଆଇଆରସିଟିସି ଆପ୍ଲିକେସନରୁ ମଧ୍ୟ ଟିକେଟ୍ ବୁକିଂ କରିହେବ । ଏଥିପାଇଁ କୌଣସି ଷ୍ଟେସନର କାଉଣ୍ଟରକୁ ଯିବାକୁ ପଡିବ ନାହିଁ । ରେଳବାଇର ଏଜେଣ୍ଟମାନେ ମଧ୍ୟ ଟିକେଟ୍ ବୁକ୍ କରିପାରିବେ ନାହିଁ ।

୨- ଏହି ୩୦ଟି ଟ୍ରେନର ଭଡା ମଧ୍ୟ ଅନ୍ୟଦିନ ଅପେକ୍ଷା ଅଧିକ । ରାଜଧାନୀ ଏକ୍ସପ୍ରେସ ଭଳି ଏହାର ଭଡା ରହିବ । ଟ୍ରେନ୍ ଭଡା ଏଥିପାଇଁ ଅଧିକ ରଖାଯାଇଛି କାରଣ କେବଳ ଅତ୍ୟାବଶ୍ୟକ  ଓ ଜରୁରୀ କାମ ଥିବା ଲୋକ ହିଁ ଯାତ୍ରା କରିପାରିବେ । ଏଥିରେ ପ୍ରିମିୟମ, ତତ୍କାଳର ସୁବିଧା ନାହିଁ ।

୩- ଗୋଟିଏ କୋଚରେ ସମସ୍ତ ୭୨ ସିଟରେ ବୁକିଂ ହେବ । ଟିକେଟ୍ କନଫର୍ମ ନହେଲେ କୌଣସି ଯାତ୍ରୀଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯାଇ ପାରିବ । ଫଳରେ ଯାତ୍ରୀଙ୍କ ମଧ୍ୟରେ ସୋସିଆଲ ଡିଷ୍ଟାନସ୍ ମଧ୍ୟ ରହିବ ।

୪- ଟ୍ରେନ୍ ଯାତ୍ରା ସମୟର ୧ ଘଣ୍ଟା ପୂର୍ବରୁ ଯାତ୍ରୀଙ୍କୁ ଷ୍ଟେସନରେ ପହଁଚିବାକୁ ପଡିବ । ଏହାପରେ ରେଳବାଇ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବ । ସମ୍ପୂର୍ଣ୍ଣ ସୁସ୍ଥ ଜଣାପଡିବା ପରେ ହିଁ ଯାତ୍ରା ପାଇଁ ଅନୁମତି ମିଳିବ । ଯାତ୍ରୀମାନେ ମାସ୍କ ଲଗାଇବା ବାଧ୍ୟତାମୂଳକ । ଯାତ୍ରାରେ ଏସି କୋଚରେ ଚାଦର, କମ୍ବଳ ଆଦି ମିଳିବ ନାହିଁ ।

୫ -ନୂଆଦିଲ୍ଲୀ ରେଲ ଷ୍ଟେସନରୁ ଯାତ୍ରା କରିବାକୁ ଥିବା ଟ୍ରେନ୍ ପାଟନା, ହାଓ୍ୱଡା, ଦିବ୍ରୁଗଡ, ଅଗରତାଲା, ରା଼ଞ୍ଚୀ, ମୁମ୍ବାଇ ସେଣ୍ଟ୍ରାଲ, ଅହମ୍ମଦାବାଦ, ଭୁବନେଶ୍ୱର, ସିକନ୍ଦରାବାଦ, ବାଙ୍ଗାଲୋର, ଚେନ୍ନାଇ, ଥିରୁବନ୍ଦପୁରମ, ମଡଗାଓଁ ଓ ଜମ୍ମୁ ତବ୍ବୀ ଷ୍ଟେସନକୁ ଚଳାଚଳ କରିବ ।

   Related Posts