ପୁରୀକୁ ଐତିହ୍ୟ ନଗରୀ କରିବା ଯୋଜନା : ୫ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ବ ଦେଲେ ରାଜ୍ୟ ସରକାର

Published By : Prameya-News7 Bureau | September 13, 2019 IST

ଭୁବନେଶ୍ବର ୧୩।୯: ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ପରିଚିତ କରାଇବା ପାଇଁ ରାଜ୍ୟ ସରକାର ବିଶେଷ ଗୁରୁତ୍ବ ଦେଉଛନ୍ତି । ପୁରୀର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଜିଲ୍ଲା ପ୍ରଶାସନର ସହାୟତା ପାଇଁ ଆଉ ୫ଜଣ ଆଇଏଏସ୍‌ ଅଫିସରଙ୍କୁ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଏଏସ ଅଫିସରଙ୍କୁ ଦାୟିତ୍ବ ଦେଇଛନ୍ତି ।  

୨୦୧୮ ବ୍ୟାଚ୍‌ର ୫ ଶିକ୍ଷାନବୀଶ ଆଇଏଏସ୍‌ ଅଫିସର ସୂର୍ଯ୍ୟବଂଶୀ ମୟୁର ବିକାଶ, କୀର୍ତ୍ତିବାସନ୍‌.ଭି, ଶୁଭଙ୍କର ମହାପାତ୍ର, ଜେ. ସୋନାଲ ଏବଂ ଭୁବନେଶ ଦେବଦାଶ ପାଟିଲଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଆଜିଠୁ ସେମାନେ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡିଛି ।

ସିଏମ୍‌ଓ ମୁଖ୍ୟ ପରାମର୍ଶଦାତା ଆର୍.ବାଲକ୍ରିଷ୍ଣାନ୍ ଓ ରାଜ୍ୟ ସରକାରଙ୍କ  5-Tର ମୁଖ୍ୟ ଭି.କେ ପାଣ୍ଡିୟାନ୍‌ ଅଫିସର୍ସଙ୍କୁ ଟିପ୍ସ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.