ଫ୍ରାନ୍ସରୁ ଭାରତକୁ ଆସୁଛି ୫ ରାଫେଲ୍ ଯୁଦ୍ଧ ଜେଟ୍‌ : ୨୯ ତାରିଖରେ ବାୟୁସେନାରେ ହେବ ସାମିଲ

Published By : Prameya-News7 Bureau | July 27, 2020 IST

ନୂଆଦିଲ୍ଲୀ ୨୭/୦୭ : ଆସୁଛି ରାଫେଲ୍ । ଫ୍ରାନ୍ସ ମେରୀଗ୍ରାକ୍ ରୁ ଭାରତକୁ ଆସୁଛି ଯୁଦ୍ଧ ବିମାନ | ୫ଟି ଯୁଦ୍ଧ ବିମାନ ଫ୍ରାନ୍ସରୁ ଉଡାଣ ଆରମ୍ଭ କରିଛନ୍ତି | ଦିନେ ପରେ ଅର୍ଥାତ ଜୁଲାଇ ୨୯ ତାରିଖରେ ଏହି ୫ଟି ବିମାନ ଅମ୍ବାଲା ଏୟାରବେଶରେ ପହଞ୍ଚିବେ | ବୁଧବାର ଦିନ ଏହି ୫ ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରାଯିବ | ଅମ୍ବାଲା ପହଞ୍ଚିବା ପୂର୍ବରୁ ଆବୁଧାବିର ଅଲ-ଦଫ୍ରା ଏୟାରବେଶରେ ଏହି ବିମାନ ହଲ୍ଟ କରିବେ | ଏମାନଙ୍କ ମଧ୍ୟରେ  ୨ଟି ଟ୍ରେନର ଏୟାରକ୍ରାଫ୍ଟ ଓ ୩ଟି ଯୁଦ୍ଧ ବିମାନ ସାମିଲ ରହିଛି | ମେରୀଗ୍ରାକରେ ରାଫେଲ ବିମାନ ନିର୍ମାଣ କମ୍ପାନୀ ଦସାଲ୍ଟରେ ବିମାନ ନିର୍ମାଣ ହୋଇଛି | ଅମ୍ବାଲା ଏୟାରବେଶରେ ରାଫେଲ ବିମାନ ପାଇଁ ପୁରା ପ୍ରସ୍ତୁତି ହୋଇସାରିଛି | ରାଫେଲ ଯୁଦ୍ଧ ବିମାନ ନିୟୋଜିତ ପାଇଁ ଅମ୍ବାଲା ଏୟାରବେଶରେ ଅଲଗା ଭାବେ ଇନଫ୍ରାଷ୍ଟ୍ରକ୍ଚର ପ୍ରସ୍ତୁତ କରାଯାଇଛି ଯେଉଁଥିରେ ହ୍ୟାଙ୍ଗର(ବିମାନ ଛିଡା କରିବା ପାଇଁ ଜାଗା), ଏୟାର ଷ୍ଟ୍ରିପ ଓ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ ସାମିଲ ରହିଛି | ରାଫେଲର ପ୍ରଥମ ସ୍କାବଡ୍ରନକୁ ଗୋଲ୍ଡେନ୍ ଏରୋ ନାଁ ଦିଆଯାଇଛି |

{"id":306097,"width":577,"height":380,"sizeSlug":"large"}

ଭାରତୀୟ ବାୟୁସେନାରେ ରାଫେଲ ଯୁଦ୍ଧ ବିମାନ ସାମିଲ ହେବା ଦକ୍ଷିଣ ଏସିଆରେ ଗେମ ଚେଞ୍ଜର ବୋଲି କୁହାଯାଉଛି | କାରଣ ରାଫେଲ ୪.୫ ଜେନେରେସନ ମିଡିୟମ ମଲ୍ଟିରୋଲ ଏୟାରକ୍ରାଫ୍ଟ | ମଲ୍ଟିରୋଲ ହୋଇଥିବାରୁ ଦୁଇଟି ଇଂଜିନ ବିଶିଷ୍ଟ ରାଫେଲ ଯୁଦ୍ଧ ବିମାନ ଏୟାର-ସୁପ୍ରିମାସି ଅର୍ଥାତ ଆକାଶରେ ନିଜର ପ୍ରତିଷ୍ଠା କାୟମ କରିବା ସହ ଶତ୍ରୁ ସୀମା ଲଙ୍ଘି ହମଲା କରିବାରେ ମଧ୍ୟ ସକ୍ଷମ | 

{"id":306102,"width":576,"height":431,"sizeSlug":"large"}

ଅଧିକାରୀ ସୂତ୍ର କହିଛନ୍ତି ଯେ, ରାଫେଲ ଯୁଦ୍ଧ ବିମାନକୁ ପୂର୍ବ ଲଦାଖ ସେକ୍ଟରରେ ନିୟୋଜିତ କରାଯିବାର ସମ୍ଭାବନା ରହିଛି | ଯାହାଫଳରେ ଭାରତୀୟ ବାୟୁସେନା ଚୀନ ସହ ଚାଲିଥିବା ବିବାଦକୁ ଦୃଷ୍ଟିରେ ରଖି ବାସ୍ତବିକ ନିୟନ୍ତ୍ରଣ ରେଖାରେ ନିଜର ଅଭିଯାନଗତ କ୍ଷମତାକୁ ମଜବୁତ କରିପାରିବ | ଅଧିକାରୀ କହିଛନ୍ତି ଯେ, ରାଫେଲ ବିମାନ ଆସିବାପରେ ବାୟୁସେନାର ଯୁଦ୍ଧ କ୍ଷମତା ବୃଦ୍ଧି ହେବ | ଭାରତ ପାଖାପାଖି ୫୮ ହଜାର କୋଟି ଟଙ୍କାରେ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ୨୦୧୬ ମସିହା ସେପ୍ଟେମ୍ବର ମାସରେ ଫ୍ରାନ୍ସ ସହିତ ଅନ୍ତର-ସରକାରୀ ଚୁକ୍ତି ସାକ୍ଷର କରିଥିଲା | ଏହି ୩୬ ରାଫେଲ ବିମାନ ମଧ୍ୟରେ ୩୦ ଯୁଦ୍ଧ ବିମାନ ଓ ୬ ପ୍ରଶିକ୍ଷଣ ବିମାନ ରହିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.