ଅଗ୍ନିକାଣ୍ଡରେ ୫ ବଖରା ଘର ଜଳି ଭସ୍ମିଭୂତ

Published By : Prameya-News7 Bureau | March 12, 2019 IST

କେନ୍ଦ୍ରାପଡା ୧୨/୩ : ଅଗ୍ନିକାଣ୍ଡ ଘଟି ୫ ବଖରା ଘର ଜଳି ଭସ୍ମିଭୂତ । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ତଳକୁସୁମା ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଘଟିଥିବା ଅଗ୍ନିକାଣ୍ଡରେ ୫ ବଖରା ଘର ଜଳି ପାଉଁଶ ହୋଇଯାଇଛି । ଖବର ପାଇ କୋରୁଆ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ପ୍ରୟାସ କରିଥିଲେ ମଧ୍ୟ ୪ଟି ପରିବାରର ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.