ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର, ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଆଶଙ୍କା

Published By : Prameya-News7 Bureau | February 26, 2021 IST

ଯାଜପୁର, ୨୬/୦୨:  ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଙ୍ଗାଳି ସାହିରେ ନିଆଁଲାଗି ଯିବାରୁ ୫ ବଖରା ଚାଳଘର ଜଳି ଯାଇଥିବା ଖବର ମିଳିଛି ।  

ସେହି ଗ୍ରାମର ରାମଚନ୍ଦ୍ର ସେନ ଓ ନଟବର ସେନଙ୍କ ଘରେ ନିଆଁ ଲାଗିଯିବାରୁ ତାଙ୍କର ଚାଳ ଘର ସମ୍ପୂର୍ଣ ଜଳିଯାଇଛି । ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇ ଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଚାଳ ଘର ସମ୍ପୂର୍ଣ ରୂପେ ଜଳି ଯାଇଛି ।

ଘରେ ଥିବା ସମସ୍ତ ଆସବାବ ପତ୍ର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି । ତେବେ ଏହି ଚାଳଘରେ କିଛି ଲୋକେ ଭଡା ନେଇ ରହୁଥିବା ବେଳେ  ଏହାର ଆଖପାଖରେ ଥିବା କିଛି ଆଜବେଷ୍ଟ ଘର ମଧ୍ୟ ନିଆଁରେ ଆଂଶିକ କ୍ଷତି ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.