ବେଙ୍ଗାଲୁରୁରେ ଜାତୀୟ ମହିଳା ହକି କ୍ୟାମ୍ପ ; ଡାକରା ପାଇଲେ ୫ ଓଡିଆ ହକି ଖେଳାଳି

Published By : Prameya-News7 Bureau | November 10, 2018 IST

ଭୁବନେଶ୍ବର ୧୦|୧୧:  ବେଙ୍ଗାଲୁରୁରେ ଆୟୋଜିତ ହେଉଛି ଜାତୀୟ ମହିଳା ହକି କ୍ୟାମ୍ପ୍ । ଆସନ୍ତା ୧୨ରୁ ୩୦ଯାଏଁ ଆୟୋଜିତ ହେବ ଏହି କ୍ୟାମ୍ପ୍ । ଏଥିପାଇଁ ୩୩ ଜଣଙ୍କ ନାଁ ଘୋଷଣା କରାଯାଇଛି । ଜାତୀୟ ମହିଳା ହକି କ୍ୟାମ୍ପକୁ ଡାକରା ପାଇଛନ୍ତି ୫ ଓଡିଆ ହକି ଖେଳାଳି । ଦୀପଗ୍ରେସ ଏକ୍କା, ସୁନୀତା ଲାକ୍ରା, ରଶ୍ମିତା ମିଞ୍ଜ, ଲିଲିମା ମିଞ୍ଜ ଏବଂ ନମିତା ଟପ୍ପୋଙ୍କୁ ହକି କ୍ୟାମ୍ପ୍ ରୁ ଡାକରା ଆସିଛି । ବେଙ୍ଗାଲୁରୁରେ ଆୟୋଜିତ ଏହି କ୍ୟାମ୍ପ୍ ରେ ଏମାନେ ଯୋଗଦେବେ । ଗ୍ରୁପର ଅଛନ୍ତି - ଗୋଲକିପର: ସବିତା, ରଜନୀ ଅତିମରପୁ, ସେନାଲି ମିଞ୍ଜ ଡିଫେଣ୍ଡର: ଦୀପଗ୍ରେସ ଏକ୍କା, ସୁନୀତା ଲାକ୍ରା, ସୁଶୀଲା ଚାନୁ ଫୁଖରାମବାମ, ଗୁରଜିତ କୌର, ରଶ୍ମୀତା ମିଞ୍ଜ, ସୁମନ ଦେବୀ, ମହିମା ଚୌଧୁରୀ, ନିଶା, ସାଲିମା ଟେଟେ, ମିଡଫିଲ୍ଡର : ନିକି ପ୍ରଧାନ, ମୋନିକା, ଲିଲିମା ମିଞ୍ଜ, ନମିତା ଟପ୍ପୋ, ନେହା ଗୋୟଲ, ଉଦିତା, ଜ୍ୟୋତି, ଅଞ୍ଜୁ ସିଂ, ଶ୍ୟାମା ଟିଗାମ, ସୋନିକା, କରିସ୍ମା ଯାଦବ, ଫରଓ୍ବାର୍ଡସ : ରାନୀ, ଲାଲରେମସିଆମି, ନଭନୀତ କୌର, ନଭଜୋତ କୌର, ରାଜବିନ୍ଦର କୌର, ବନ୍ଦନା କଟାରିଆ, ଅନୁପା ବାର୍ଲା, ପ୍ରିୟଙ୍କା ଓ୍ବାଖେଣ୍ଡ, ରୀନା ଖୋଖର, ଲୀଲାବତୀ ମଲମଡା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.