Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଏହି ୫ ଜଣ ଅଭିନେତା ସାରା ବିଶ୍ବରେ ସର୍ବାଧିକ ଆୟ କରନ୍ତି… ଗୋଟିଏ ସିନେମା ପାଇଁ ନିଅନ୍ତି ୨ଶହରୁ ୩ଶହ କୋଟି

4/10/2019 at 4:00 PM

୧- ରବର୍ଟ ଡନି ଜୁନିୟର

ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଓ ଆଇରନ ମ୍ୟାନ ନାଁରେ ପରିଚିତ ରବର୍ଟଙ୍କୁ ଏଭେନର୍ଜ:ଏଣ୍ଡଗେମରେ ଆଇରନ ମ୍ୟାନ ଭୂମିକାରେ ଅଭିନୟ କରିବା ପାଇଁ ୩ ବିଲିୟନ ୫୨ କୋଟି ଟଙ୍କା ମିଳିଥିଲା। ବିଶ୍ବର ହାଇଏଷ୍ଟ ପେଡ୍‌ ଅଭିନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତା ରବର୍ଟ।

୨- କ୍ରିସ ହେମସ୍ବର୍ଥ

ଥର ନାଁରୁ ପ୍ରସିଦ୍ଧ ହୋଇଥିବା କ୍ରିସଙ୍କୁ ଆଜି ଦିନରେ କିଏ ବା ଜାଣେନାହିଁ।ସେ ଫିଲ୍ମ ପାଇଁ ପାଖାପାଖି ୩୧୦ କୋଟି ଟଙ୍କା ଆୟ କରନ୍ତି।

୩- ଡ୍ବେନ ଜନସନ

ଦ ରକ୍‌ ନାଁରେ ପରିଚିତ ପ୍ରସିଦ୍ଧ ଡ୍ବେନ ଦ ସ୍କର୍ପିୟନ କିଂଗ ଫିଲ୍ମରେ ଅଭିନୟ କରିବା ପରେ ସମଗ୍ର ବିଶ୍ବରୁ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଏବେ ଗୋଟେ ଫିଲ୍ମ ପାଇଁ ସେ ୨୮୨ କୋଟି ଟଙ୍କା ଚାର୍ଜ କରନ୍ତି।

୪- ଜନି ଡେପ୍‌

ଜନି କାଳ୍ପନିକ ଫିଲ୍ମରେ ନିଆରା ଭୂମିକାରେ ଅଭିନୟ କରିବା ପାଇଁ ଜଣାଶୁଣା। ବ୍ଲକ୍‌ବଷ୍ଟର ଫିଲ୍ମ ପାଇରେଟ୍ସ ଅଫ ଦ କ୍ୟାରେବିୟନରେ ତାଙ୍କ ଅଭିନୟକୁ ବେଶ ପସନ୍ଦ କରାଯାଇଥିଲା। ଏବେ ସେ ଗୋଟେ ଫିଲ୍ମ ପାଇଁ ୨୧୧ କୋଟି ଟଙ୍କା ନିଅନ୍ତି।

୫- ଟମ୍‌ କ୍ରୁଜ

ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଟମ କ୍ରୁଜ ମିଶନ ଇମ୍ପସିବଲ ସିରିଜ ପାଇଁ ଅଧିକ ପରିଚିତ। ସେ ନିଜ ଫିଲ୍ମି କ୍ୟାରିଅରରେ ଟପ ଗନ ଓ ୱାର ଅଫ ଦ ୱାଲର୍ଡ ସହ ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି।  ଏବେ ସେ ଗୋଟେ ଫିଲ୍ମ ପାଇଁ ୧୯୭ କୋଟି ଟଙ୍କା ଚାର୍ଜ କରନ୍ତି।

   Related Posts