୫ ହାଇଓ୍ୱେ ଲୁଟେରା ଗିରଫ, ୩ କାର୍ ସହ ୧୮ଟି ମୋବାଇଲ୍ ଜବତ

Published By : Prameya-News7 Bureau | September 17, 2020 IST

ବରଗଡ, ୧୭ ।୦୯:   ଗତ କିଛି ଦିନ ହେବ ବରଗଡ଼ ଓ ଏହାର ଆଖ ପାଖ ଅଞ୍ଚଳରେ ଏକ କାର୍ ଚୋରି ରାକେଟର ପର୍ଦ୍ଦାଫାସ କରିଛି ବରଗଡ଼ ପୋଲିସ । ଅପରପକ୍ଷେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ଫେରାର ହୋଇଥିବା ଘଟଣାରେ ମଧ୍ୟ ଏହି ଗ୍ୟାଙ୍ଗର ସମ୍ପୃକ୍ତି ଥିବା ନେଇ ସ୍ପଷ୍ଟ କରିଛି ପୋଲିସ । ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତଙ୍କଠାରୁ ପୋଲିସ ୧୮ଟି ମୋବାଇଲ, ଲୁଟ୍ ହୋଇଥିବା ସୁନା ଚେନ୍ , ତିନୋଟି କାର ,ଡକାୟତିରେ ବ୍ୟବହାର ହେଇଥିବା ଦୁଇଟି ବାଇକ ଓ ଦୁଇଟି  ଛୁରୀ ଜବତ କରିଛି । ଏହାସହ ସେମାନଙ୍କ ଠାରୁ ନଗଦ ୪ହଜାର୮ସହ ଟଙ୍କା ମଧ୍ୟ ଜବତ ହୋଇଛି ।

୫ଜଣ ଅଭିଯୁକ୍ତଙ୍କୁ  ଡକାୟତି, ଚୋରି ପରି ବିଭିନ୍ନ ସଙ୍ଗୀନ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ବରଗଡ଼ ପୋଲିସ । ଅଭିଯୁକ୍ତ ମାନେ ହେଲେ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ମଗସିର ମେହେର,କିଶୋର ମେହେର,ରାଜା ହାତୀ ,ରୋହିତ ମେହେର ଓ ବିଜେ ବାଗ । ଏବଂ ସେମାନଙ୍କ ନାଁ ରେ ବିଭିନ୍ନ ଥାନାରେ ପୂର୍ବରୁ ଅନେକ ଚୋରି ଓ ଡକାୟତି ପରି ସଙ୍ଗୀନ ମାମଲା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.