ଏହି ୫ଜଣ ହେଲେ ବିଶ୍ବର ସବୁଠୁ ମୋଟା ଲୋକ, ଜଣଙ୍କ ଓଜନ ତ ୬୦୦କେଜିରୁ ଅଧିକ…

Published By : Prameya-News7 Bureau | October 22, 2019 IST

ଦୁନିଆରେ ପ୍ରତ୍ୟେକ ମଣିଷ ଅଲଗା ହୋଇଥାନ୍ତି। ସମସ୍ତଙ୍କର ଭିନ୍ନ ଭିନ୍ନ ଶାରିରୀକ ଗଠନ ହୋଇଥାଏ।କିଏ ପତଳା ଥାଏ ତ କିଏ ମୋଟା, କିଏ ଶ୍ୟାମଳ ଥାଏ ତ କିଏ ଗୋରା। ସେହିଭଳି କିଏ ଡେଙ୍ଗା ଥାଏ ତ କିଏ ଗେଡା। ହେଲେ ଶରୀର ମୋଟା ଥିଲେ ଅନେକ ସମସ୍ୟା ହୋଇଥାଏ।ତେବେ ଏମିତି କିଛି ଲୋକଙ୍କ ବିଷୟରେ ଜାଣନ୍ତୁ ଯେଉଁମାନଙ୍କ ନାଁ ନିଜ ଓଜନ କାରଣରୁଗିନିଜ ୱାଲର୍ଡ ରେକର୍ଡରେ ସାମିଲ ହୋଇଛି।   

{"id":173113}

୧- ଇମାନ ଅହମଦ

୧୯୮୦ ମସିହାରେ ଇମାନ ଅହମଦଙ୍କ ଜନ୍ମ ଇଜିପ୍ଟରେ ହୋଇଥିଲା। ତାଙ୍କ ଓଜନ ୫୦୦ କିଲୋ ଥିଲା। ଏଥିପାଇଁ ତାଙ୍କ ଚିକିତ୍ସା ମୁମ୍ବାଇର ସୈଫି ଡାକ୍ତରଖାନାରେ କରାଯାଇଥିଲା। ହେଲେ ୨୦୧୭ ମସିହା ସେପଟେମ୍ବର ମାସରେ ଆବୁ ଧାବିର ବୁର୍ଜିଲ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ହୋଇଥିଲା।

{"id":173098,"width":584,"height":406}

୨- କୈରଲୀ ଅଗର

୩୪ ବର୍ଷ ବୟସରେ କୈରଲୀଙ୍କ ଓଜନ ୫୪୦ କିଲୋ ଥିଲା। ବିଶ୍ବର ସବୁଠୁ ଅଧିକ ଓଜନ ଥିବା ମହିଳା କୈରଲୀ ରେକର୍ଡ କରିଥିଲେ। ଅବଶ୍ୟ ପରେ ସେ କଠିନ ପରିଶ୍ରମ ଦ୍ବାରା, ସର୍ଜରୀ ନକରି ୨୩୬ କିଲୋ ହୋଇଥିଲେ।

{"id":173105}

୩- ଫ୍ରାନ୍‌ସିସ୍‌ ଜନ ଲୈଂଗ

୧୯୩୪ ମସିହାରେ ଫ୍ରାନ୍‌ସିସ୍‌ଙ୍କ ଜନ୍ମ ହୋଇଥିଲା। ଫ୍ରାନ୍‌ସିସ୍‌ଙ୍କ ଓଜନ ୫୩୮ କିଲୋ ହୋଇଯାଇଥିଲା। ଅନ୍‌ଲାଇନ କାର୍ଣ୍ଣିଭାଲ ଓ ମେଳାରେ ନିଜକୁ ପ୍ରଦର୍ଶିତ କରାଉଥିଲେ। ମେଳାରେ ଲୋକେ ତାଙ୍କୁ ଗୋଟେ ଘରର ଝରକା ଦ୍ବାରା ଦେଖୁଥିଲେ।  

{"id":173109,"width":600,"height":390}

୪- ଜନ ଗ୍ରୋଭର ମିଂନକ

ଜନ ଗ୍ରୋଭର ୧୯୪୧ ମସିହାରେ ଜନ୍ମ ହୋଇଥିଲେ। ପ୍ରଥମେ ତାଙ୍କ ଓଜନ ୬୩୫ କିଲୋ ଥିଲା। ପରେ ସେ ୪୧୯ ଓଜନ କମ କରାଇ ଇତିହାସରେ ରେକର୍ଡ କରିଥିଲେ।

{"id":173108,"width":610,"height":370}

୫- ଖାଲିଦ ବିନ ହୁସେନ

୧୯୯୧ ମସିହାରେ ଖାଲିଦଙ୍କ ଜନ୍ମ ହୋଇଥିଲା। ପ୍ରଥମେ ତାଙ୍କ ଓଜନ ୬୧୦ ଥିଲା। ପରେ ତାଙ୍କ ଓଜନ କମ କରାଇବା ପାଇଁ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.