Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ମହୁ ସହ ଭୁଲରେ ବି ସେବନ କରନ୍ତୁ ନାହିଁ ଏସବୁ ଖାଦ୍ୟ : ଭୋଗିପାରନ୍ତି ଅନେକ ସ୍ବାସ୍ଥ୍ୟ ସମସ୍ୟା

30/05/2020 at 11:56 AM

ମହୁ କେବଳ ଖାଇବାକୁ ସ୍ବାଦିଷ୍ଟ ହୋଇନଥାଏ ବରଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଭିଟାମିନ୍ ଏ,ବି,ସି,କ୍ୟାଲସିୟମ୍,ଆଇରନ୍ ଏବଂ ଆୟୋଡିନ୍ ଭଳି ପୋଷକ ତତ୍ତ୍ବରେ ଭରପୂର ମହୁ ସେବନ କରିବା ଦ୍ବାରା ଶରୀରରେ ଶକ୍ତି ହୋଇଥାଏ। ବିଭିନ୍ନ ପ୍ରକାର ରୋଗରୁ ଲଢ଼ିବା ପାଇଁ ମହୁ ଶକ୍ତି ଦେଇଥାଏ। କିନ୍ତୁ କିଛି ଜିନିଷ ସହ ମହୁ ସେବନ କଲେ ହାନିକାରକ ହୋଇଥାଏ। ଆଜି ଆମେ ଜାଣିବା ସେହି ଜିନିଷ ବିଷୟରେ ଯାହା ମହୁ ସହ ବ୍ୟବହାର କରିବା ଅନୁଚିତ୍।

୧.ଚା କିମ୍ବା କଫି ସହ : ଆପଣ ବହୁତ ଥର ଲୋକଙ୍କୁ ଏହା କହିଥିବା ଶୁଣିଥିବେ ଯେ ଥଣ୍ଡା ହେଲେ ମହୁକୁ ଚା କିମ୍ବା କଫି ସହ ସେବନ କରନ୍ତୁ। ଯଦି ଆପଣ ବି ଏପରି କରୁଛନ୍ତି ତେବେ ଆଜି ହିଁ ଏହି ଅଭ୍ୟାସକୁ ଛାଡ଼ନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ଶରୀରର ତାପମାତ୍ରା ବଢ଼ିଯିବ,ଯାହା ଫଳରେ ମାନସିକ ଦୁଶ୍ଚିନ୍ତା ହୋଇପାରେ।

୨.ଅତ୍ୟଧିକ ଗରମ ପାଣି ସହ : ଅଧିକାଂଶ ସମୟରେ ଲୋକ ଓଜନ କମ୍ କରିବାକୁ କିମ୍ବା ଥଣ୍ଡା କାଶରୁ ବର୍ତ୍ତିବା ପାଇଁ ସକାଳେ ପ୍ରଥମେ ନଖ ଉ​‌ଷୁମ ପାଣିରେ ମହୁ ମିଶାଇ ପିଅନ୍ତୁ। ଯଦି ଆପଣ ମଧ୍ୟ ଏପରି କରୁଛନ୍ତି ତେବେ ଏହି କଥା ପ୍ରତି ଧ୍ୟାନ ରଖନ୍ତୁ ପାଣି ଅତ୍ୟଧିକ ଗରମ ନହୋଇଥିବା ଆବଶ୍ୟକ। ଅତ୍ୟଧିକ ଗରମ ପାଣି ସହ ମହୁ ଖାଇବା ଦ୍ବାରା ଶରୀରରେ ଉତ୍ତାପ ସୃଷ୍ଟି ହୋଇଥାଏ। ଯାହା ଫଳରେ ପେଟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ବଢ଼ି ଯାଇଥାଏ।

 ୩.ମୂଳା ସହ : ମୂଳା ସହ ମହୁ ଖାଇବା ମଧ୍ୟ ଘାତକ ହୋଇଥାଏ। ମହୁ ସହ ମୂଳା ଖାଇଲେ ଶରୀରରେ ବିଷାକ୍ତ ଜିନିଷ ସୃଷ୍ଟି ହୋଇଥାଏ ଯାହା ଫଳରେ ଶରୀରର କିଛି ଭାଗ ଡ୍ୟାମେଜ ହେବାର ଡର ରହିଥାଏ। ଯଦି ଆପଣ ଏହି ଦୁଇଟି ଜିନିଷ ଅଲଗା ଅଲଗା ସେବନ କରୁଛନ୍ତି ତେବେ ଅତି କମରେ ୧ଘଣ୍ଟାର ଅନ୍ତର ରହିବା ଉଚିତ୍।

୪.ଗରମ ଖାଦ୍ୟ ସହ ଖାଆନ୍ତୁ ନାହିଁ : ମହୁ ଉଷ୍ମ ହୋଇଥାଏ। ଏଥିପାଇଁ ଏହାକୁ ଗରମ ଜିନିଷ ସହ ଖାଆନ୍ତୁ ନାହିଁ। ଗରମ ଖାଦ୍ୟ ସହ ମହୁ ସେବନ କଲେ ପେଟ ଖରାପ ହୋଇପାରେ।

   Related Posts