Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରହସ୍ୟ ଘେରରେ ମୃତ୍ୟୁ : କୂଅରୁ ଉଦ୍ଧାର ହେଲା ୫ଜଣ ଯୁବତୀଙ୍କ ମୃତଦେହ, ସ୍ଥାନୀୟ ଅଂଚଳରେ ହଇଚଇ

9/04/2019 at 8:12 PM

ଯୋଗୁଲବା ୯/୪ : ତେଲେଙ୍ଗାନାର ଯୋଗୁଲବା ଜିଲ୍ଲାରୁ ଏକ ତାହାସ୍ୟମୟୀ ମୃତ୍ୟୁ ଖବର ଆସିଛି | ୫ ଯୁବତୀଙ୍କ ଶବ ଏକ କୂଅରୁ ଉଦ୍ଧାର ହୋଇଛି | ଯୁବତୀମାନେ କୂଅରେ ପଡିଯାଇ ପ୍ରାଣ ହରାଇଛନ୍ତି ନା ତାଙ୍କୁ କିଏ ହତ୍ୟା କରି କୂଅରେ ଫୋପାଡ଼ି ଦେଇଛି ସେ ନେଇ ତନାଘନା ଆରମ୍ଭ ହୋଇଛି | ଯୁବତୀମାନଙ୍କ ମୃତ୍ୟୁର ରହସ୍ୟର ଖୁଲାସା ଏବେ ପର୍ଯ୍ୟନ୍ତ ହୋଇନାହିଁ | ତେବେ ଘଟଣା ପଛରେ କୌଣସି ଷଡଯନ୍ତ୍ର ରହିଥିବା ସ୍ଥାନୀୟାଲୋକେ କହିଛନ୍ତି |


ଯୋଗୁଲବା ଗଡ଼ବଲ ଜିଲ୍ଲାର ଏକ ଅଂଚଳରେ ୫ ଜଣ ଯୁବତୀ ଦିନବେଳେ ଘରୁ ବାହାରକୁ ଯାଇଥିଲେ | କିନ୍ତୁ ୫ଜଣ ଯାକ କେହି ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରିନଥିଲେ | ଯୁବତୀମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡିଥିଲେ | ପରିବାର ଲୋକେ ତାଙ୍କୁ ଆଖପାଖ ଅଂଚଳରେ ଖୋଜାଖୋଜି କରିଥିଲେ | ତଥାପି ଝିଅମାନଙ୍କର କୌଣସି ପତ୍ତା ମିଳିନଥିଲେ | ଏହାପରେ ପରିବାରଲୋକେ ଥାନାକୁ ଯାଇ ଝିଅମାନଙ୍କ ନିଖୋଜ ଥିବା ନେଇ ଏତଲା ଦେଇଥିଲେ |


ଏତଲା ପରେ ପୋଲିସ ଯୁବତୀମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲା | ବିଳମ୍ବିତ ରାତିରେ ପୋଲିସ ୫ ଯୁବତୀଙ୍କ ଶବ ଏକ କୂଅରୁ ଉଦ୍ଧାର କରିଥିଲା | ଏକାଥରେ ୫ଜଣ ଯୁବତୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ହଇଚଇ ସୃଷ୍ଟି ହୋଇଥିଲା | ପୋଲିସ ଯୁବତୀମାନଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି | ଏବେ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିନାହିଁ |


ପୋଲିସ ସୂଚନା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଯୁବତୀମାନଙ୍କ ମୃତ୍ୟୁ ପାଣିରେ ବୁଡି ଯିବାରୁ ହୋଇଛି | ମାମଲାର ତଦନ୍ତ ଜାରି ରହିଛି | ବ୍ୟବଚ୍ଛେଦ ରିପୋର୍ଟ ଆସିଲେ କେଉଁ କାରଣରୁ ଏମାନଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡିବ

   Related Posts