୧ ବର୍ଷ ମାଗଣା ଇଣ୍ଟରନେଟ ସହ ଲଞ୍ଚହେଲା ଫାଇବ-ଜି ମୋବାଇଲ ସିମକାର୍ଡ, ଜାଣନ୍ତୁ ଅନ୍ୟ ଫାଇଦା

Published By : Prameya-News7 Bureau | August 01, 2019 IST

ଦେଶର ଟେଲିକମ ବଜାରରେ ଅନେକ ସେବା ପ୍ରଦାନକାରୀ ସଂସ୍ଥା ଖୁବ ଆକର୍ଷକ ଅଫର ସବୁ ପ୍ରଦାନ କରୁଛନ୍ତି। ତେବେ ଆମେଏଠାରେ ଆପଣଙ୍କୁ ସୂଚନା ଦେଉଛୁ ୫-ଜି ଇଣ୍ଟରନେଟ୍ ସମ୍ପର୍କରେ । ଏକ ନୂଆ କମ୍ପାନୀ ଦେଶରେ ୫-ଜି ମୋବାଇଲ ସିମକାର୍ଡ ଲଞ୍ଚ କରିଛି। ଯେଉଁଥିରେ ଗ୍ରାହକଙ୍କ ନିମନ୍ତେ ବର୍ଷକ ପର୍ଯ୍ୟନ୍ତ ଇଣ୍ଟରନେଟ ସମେତ ସବୁକିଛି ମାଗଣା ଦେଉଛି। ତେବେ ଏଭଳି ଅଫର ଭାରତୀୟ ମୋବାଇଲ ବ୍ୟାବହାରକାରୀଙ୍କ ନିମନ୍ତେ କିଛି ନୂଆ ନୁହେଁ। ପୂର୍ବରୁ ଜିଓ ୪-ଜି ଲଞ୍ଚ ବେଳେ ଗ୍ରାହକଙ୍କୁ ଏହି ଭଳି ଅଫର ମିଳିଥିଲା। 

{"id":139838,"width":583,"height":319}

ଏବେ ଜିଓ ୪-ଜି ସମେତ ଅନ୍ୟ ସେବା ପ୍ରଦାନକାରୀ ସଂସ୍ଥାମାନେ ମଧ୍ୟ ଦେଶରେ ଶସ୍ତାରେ ୪-ଜି ସେବା ଉପଲବ୍ଧ କରାଉଛନ୍ତି। ତେବେ ଜିଓର ସୁବିଧାଜନକ ଅଫର ଯୋଗୁ ଦିନକୁ ଦିନ ଗ୍ରାହକ ସଂଖ୍ୟା ବଢିବଢି ଚାଲିଥିବା ବେଳେ ଆଉ ପୂର୍ବ ଭଳି ସେବା କିନ୍ତୁ ମିଳିପାରୁ ନାହିଁ।  ଏଥିରେ ନୂଆ ୫-ଜି ସିମ ଏବେ ବଜାରରେ ଚହଳ ପକେଇଛି। ତେବେ ଏହି ନୂଆ କମ୍ପାନୀ ଜିଓଠାରୁ ବି ଉନ୍ନତ ସେବା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଉଛି। ଏଭଳି ପ୍ରତିଶ୍ରୁତି ଦେଉଥିବା କମ୍ପାନୀର ନାମ ହେଉଛି ମୋବାଲ।

{"id":139839,"width":581,"height":322}

ମୋବାଲ କେବଳ ଭାରତ ନୁହେଁ ବିଶ୍ୱର ବିଭିନ୍ନ ଦେଶରେ ତାର ନୂଆ ୫-ଜି ସିମ କାର୍ଡ ଲଞ୍ଚ କରିଥିବା ଦାବି କରୁଛି। ତେବେ ଏହି ସିମର ସବୁଠାରୁ ବଡ ଫିଚର ହେଲା ଏହାର ନିଜସ୍ୱ କୌଣସି ନେଟୱାର୍କ ନାହିଁ। ଏହା ସବୁ ନେଟୱାର୍କରେ ଚାଲିପାରିବ ବୋଲି କମ୍ପାନୀ ଦାବି କରୁଛି। ଏଣୁ ଆପଣ ବ୍ୟବହାର କରୁଥିବା ନେଟୱାର୍କରେ ଏହି ସେବା ପାଇବା ସହ ବର୍ଷକ ପାଇଁ ମାଗଣା କଲିଂ. ଏସଏମସ୍ ସମେତ ଇଣ୍ଟରନେଟ ଫାଇଦା ବି ପାଇପାରିବେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.