ଚମକିପଡିଲା ଭଳି ଭିଡିଓ: ତାଉତେ ପବନକୁ ସମ୍ଭାଳିଲାନି, ଦେଖୁ ଦେଖୁ ଭୁଷୁଡିଗଲା ୫ ମହଲା ଘର, ଅଳ୍ପକେ ବର୍ତ୍ତିଗଲେ ୨୮ ପରିବାର

Published By : Prameya-News7 Bureau | May 20, 2021 IST

ଅହମ୍ମଦାବାଦ, ୨୦/୫: ଦେଖୁ ଦେଖୁ ଆଖି ପିଛୁଳାକେ ଭୁଶୁଡି ପଡ଼ିଲା ପାଞ୍ଚ ମହଲା କୋଠା l ଅଳ୍ପକେ ବର୍ତ୍ତିଗଲେ ଅଠେଇଶିଟି ପରିବାର l ଏପରି ଅଭାବନୀୟ ଘଟଣା ଗୁଜୁରାଟର ଅହମ୍ମଦାବାଦରେ ଦେଖିବାକୁ ମିଳିଛି l

wp:html /wp:html

ସୂଚନା ଅନୁସାରେ, ଏକ କୋଠା ଭୁଶୁଡିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ଟ୍ୱିଟରରେ ଭାଇରଲ ହେବାରେ ଲାଗିଛି l ଏହି ଭିଡ଼ିଓଟି ଗୁଜୁରାଟର ଅହମ୍ମଦାବାଦର ବୋଲି ଜଣାପଡ଼ିଛି l ରିପୋର୍ଟ ମୁତାବକ ଅହମ୍ମଦାବାଦର ପୁରୁଣା ନଗରର ଜମ୍ୱଲପୁରରେ ଏହି କୋଠା ଥିଲା l ବାତ୍ୟାର ପୂର୍ବଦିନ ଜୋରରେ ପବନ ଏବଂ ବର୍ଷା କାରଣରୁ ଏହି କୋଠାଟି ଭୁଶୁଡି ପଡିଥିଲା l

wp:html /wp:html

କୋଠାଟି 1997 ମସିହାରେ ନିର୍ମିତ ହୋଇଥିଲା l ତେଣୁ ଏହା ଜିରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା l ଚଳିତ ବର୍ଷର ପ୍ରଥମ ବାତ୍ୟା ତାଉତେର ପ୍ରକୋପ କାରଣରୁ ଏହି କୋଠାଟି ଗତ ବୁଧବାର ସନ୍ଧ୍ୟାରେ ଭୁଶୁଡି ଥିଲା l ଆଶ୍ଚର୍ଯ୍ୟର କଥା ହେଉଛି କି, ଏହି କୋଠାରେ ରହୁଥିବା ଅଠେଇସିଟି ପରିବାର ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି l ପୂର୍ବରୁ ପ୍ରଶାସନ ସତର୍କ କରାଇଥିବାରୁ ବାତ୍ୟା ଆସିବାର ପୂର୍ବ ଦିନ ସମସ୍ତେ କୋଠାକୁ ଖାଲି କରିଦେଇଥିଲେ l ଏହି ଘଟଣାରେ କେହି ଆହତ ହୋଇନାହାନ୍ତି l

ତେବେ ଏହି ବାତ୍ୟା ତାଉତେ ଗୁଜୁରାଟର ଗିର ସୋମନାଥ ଜିଲ୍ଲା ଡିଉ ଏବଂ ଉନା ସହର ମଝିରେ ଲ୍ୟାଣ୍ଡଫଲ କରିଥିଲା l ଭୀଷଣ କ୍ଷୟକ୍ଷତି ସହ ବହୁ ଧନ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି l ଏହା ଗୁରୁବାର 1.30 ମିନିଟରେ ଲ୍ୟାଣ୍ଡଫଲ କରିଥିଲା l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.