କଇଁଛ ପାଇଁ ଅଟକିଲା ୫ ବିମାନ, ଦୁନିଆର ବ୍ୟସ୍ତବହୁଳ ବିମାନବନ୍ଦରରେ ସୃଷ୍ଟି ହେଲା ହଇଚଇ

Published By : Prameya-News7 Bureau | September 29, 2021 IST

ନୂଆଦିଲ୍ଲୀ ୨୯/୦୯: ଲୋକମାନେ ସେମାନଙ୍କର ଗନ୍ତବ୍ୟ ସ୍ଥଳରେ ଶୀଘ୍ର ପହଞ୍ଚିବା ପାଇଁ ବିମାନର ସାହାଯ୍ୟ ନିଅନ୍ତି । କିନ୍ତୁ ସେପ୍ଟେମ୍ବର ୨୪ ରେ ଜାପାନର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର ମଧ୍ୟରୁ ଗୋଟିଏ ନରିଟା ରେ ଯାହା ଘଟିଥିଲା, ​​ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଯେଉଁ ବିମାନବନ୍ଦରରେ ଏକ ଘଣ୍ଟା ମଧ୍ୟରେ ପୃଥିବୀର ଅନେକ କୋଣକୁ ବିମାନ ଉଡ଼ାଣ କରେ, ସେଠାରେ ଗୋଟିଏ କଇଁଛ ଯୋଗୁଁ ପାଞ୍ଚରୁ ଅଧିକ ବିମାନ ବିଳମ୍ବ ହୋଇଯାଇଥିଲା।

{"width":646,"height":646}
flight delay due to tortoise

ସୂଚନା ଅନୁଯାୟୀ, ଜାପାନର ଦ୍ୱିତୀୟ ବ୍ୟସ୍ତବହୁଳ ବିମାନବନ୍ଦର ନିରଟାରେ ଏହି ଘଟଣାଟି ଘଟିଛି। ଏଠାରେ ଦୁଇ କିଲୋ ୧୦୦ ଗ୍ରାମ ଓଜନ ବିଶିଷ୍ଟ ଏକ କଇଁଛ ରନୱେରେ ବୁଲୁଥିବାର ଦେଖାଯାଇଥିଲା। ଏହି କଇଁଛଟି ୩୦ ସେମି ବଡ ଥିଲା । ଏହି କଇଁଛଟି ୪ ହଜାର ମିଟର ଲମ୍ବା ରନୱେରେ ଏକୁଟିଆ ବୁଲୁଥିବା ଦେଖାଯାଇଥିଲା।  ସେ ଏତେ ଧୀରେ ଧୀରେ ଅତିକ୍ରମ କରୁଥିଲା ଯେ ତାକୁ ରନୱେ କ୍ରସ୍ କରିବାକୁ ବହୁତ ସମୟ ଲାଗିଥିଲା। ଏହି ସମୟ ମଧ୍ୟରେ ପାଞ୍ଚଟି ବିମାନ ବିଳମ୍ବ ହୋଇଯାଇଥିଲା।

ଏହି କଇଁଛକୁ ପ୍ରଥମେ ଜଣେ ପାଇଲଟ ଦେଖିଥିଲେ। ସେ ଏହି ସୂଚନାକୁ ଏୟାର ଟ୍ରାଫିକ ନିୟନ୍ତ୍ରଣକୁ ଦେଇଥିଲେ। କର୍ମଚାରୀମାନେ ପହଞ୍ଚିବା ପର୍ଯ୍ୟନ୍ତ ବିମାନଟି ରନୱେରେ ଅପେକ୍ଷା କରିଥିଲା। କଇଁଛ ପାଇଁ ବିମାନ ବିଳମ୍ବ ମାମଲା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.