କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ଭବାନୀପାଟଣା ପୌରପରିଷଦର ୫ଟି ଓ୍ବାର୍ଡ

Published By : Prameya-News7 Bureau | July 29, 2020 IST

କଳାହାଣ୍ଡି ୨୯।୭: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌରପରିଷଦର ୨, ୩, ୭, ୧୮ ଓ ୨୦ ଓ୍ବାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ । ଜିଲ୍ଲାରେ ଗୋଟିଏ ଦିନରେ ଆଉ ୨୧ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି ।

{"id":307218,"sizeSlug":"large"}

ସଂକ୍ରମିତଙ୍କ ମଧ୍ୟରୁ ୭ ଜଣ ଗଣନାଥପୁର ଅଞ୍ଚଳ, ୩ ଜଣ ଭବାନୀପାଟଣା, ଜଣେ ମଦନପୁର ରାମପୁର ସିଏଚସି, ୫ ଜଣ କେସିଙ୍ଗା ବ୍ଲକ ସଂଗରୋଧ କେନ୍ଦ୍ର, ଜଣେ ଲେଖାଏଁ ନର୍ଲା ଓ ଜୟପାଟଣା ବ୍ଲକର ରହିଛନ୍ତି । ଜିଲ୍ଲାରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୬୩ରେ ପହଞ୍ଚିଛି । ସେଥିମଧ୍ୟରୁ ୬୯ ଜଣଙ୍କର ଭବାନୀପାଟଣା କୋଭିଡ୍ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.