ନୀଳଗିରି୨/୬: ନୀଳଗିରି ବ୍ଲକ ଅଧିନ ମଛୁଆ ପଞ୍ଚାୟତ କଲ୍ୟାଣୀ ଗ୍ରାମରେ ୫ ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରାଯାଇଛି।ଏହି ଗ୍ରାମର ଅନାଦି ବେହେରାଙ୍କ ଘରେ ନାଗ ସାପଟି ଗର୍ଜନ କରୁଥିବା ବେଳେ ପରିବାର ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ।
{"id":280436,"width":580,"height":847,"sizeSlug":"large"}ସେହି ଗ୍ରାମର ଯୁବକ ସତ୍ୟ ବେହେରା ଓରଫ ମିଟୁ ଅତି ସତର୍କତାର ସହ ସାପଟିକୁ ଉଦ୍ଧାର କରି ପାଖ ଜଙ୍ଗଲରେ ଛାଡି ଦେଇଛନ୍ତି।