କଟକ-ଚାନ୍ଦବାଲି ରାସ୍ତା ଉପରେ ୫ ଫୁଟର ବର୍ଷା ଜଳ: ଯାତାୟତ ବାଧାପ୍ରାପ୍ତ, ଅଟକିଛି ଶହ ଶହ ଗାଡି

Published By : Prameya-News7 Bureau | September 13, 2021 IST

ସାଲେପୁର ୧୩/୦୯: ଲଗାଣ ବର୍ଷାରେ ବେହାଲ ସାଲେପୁର ସହରର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ । ସହର ଦେଇ ଯାଇଥିବା କଟକ-ଚାନ୍ଦବାଲି ରାସ୍ତା ଉପରେ ୫ ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି । ସେହିପରି ସାଲେପୁର କୁଆଁପାଳ ରାସ୍ତାରେ ବର୍ଷା ପାଣି ଲହଡି ମାରୁଛି । ଫଳରେ ରାସ୍ତାର ଦୁଇ କଡରେ ଛିଡା ହୋଇଛି ଶହ ଶହ ଗାଡି । ଡ୍ରେନେଜ ବ୍ୟବସ୍ଥା ପୁରା ପୁରି ଫେଲ ମାରିଛି ।

{"id":510622,"width":838,"height":461,"sizeSlug":"full","linkDestination":"none"}

ଜଳବନ୍ଦୀରେ ଚନ୍ଦ୍ରାଦେଇପୁର, ଲୁଣାହାର,ମାଛୁଆତି, ରୋଧପୁର, ବଟେଶ୍ୱର, ତହସିଲ, ବ୍ଲକ ଅଫିସ, ପୁରା ସାଲେପୁର ସହର । ଯାତାୟତ ପୁରା ବାଧାପ୍ରାପ୍ତ ହୋଇଛି । ଦୋକାନ ଘର ଠାରୁ ଆରମ୍ଭ କରି ମୁଖ୍ୟ ବଜାରକୁ ଲାଗି ରହିଥିବା ଗାଁ ଗୁଡିକରେ ଘର ଭିତରେ ପାଣି ପଶିଯାଇ ମାଟି ଘର ଭାଙ୍ଗି ପଡିଛି । ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ପାଇଁ କୌଣସି ଉଦ୍ୟମ ଆରମ୍ଭ ହୋଇନହିଁ । ଲୋକେ ନାହଁ ନଥିବା ଦୁର୍ଦ୍ଦଶା ଭୋଗିବାକୁ ଲାଗିଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.