୫ ଫୁଟ ଲମ୍ବର ରଣା ସାପ ଉଦ୍ଧାର

Published By : Prameya-News7 Bureau | November 29, 2019 IST

ମୋରଡା ୨୯।୧୧: ୫ ଫୁଟ ଲମ୍ବର ରଣା ସାପ ଉଦ୍ଧାର ହୋଇଛି । ସାପଟିକୁ ବନ ବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି । ଉଦ୍ଧାର କରିବା ପରେ ସାପଟିକୁ ରିଜର୍ଭ ଫରେଷ୍ଟରେ ଛଡାଯାଇଛି ।

{"id":191457,"sizeSlug":"large"}

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଧିନ ଘୋଳମୁହାଁ ଗ୍ରାମର ଅନନ୍ତ ମୁର୍ମୁଙ୍କ ବାଡିରେ ଥିବା ଜାଲରେ ଫସି ଯାଇଥିଲା ରଣା ସାପ । ତେବେ ଘର ଲୋକ ସାପଟିକୁ ଦେଖି ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ତେବେ ଉଦ୍ଧାର କରାଯିବା ପରେ ଶୁଖିଲାଖାଳି ରିଜର୍ଭ ଫରେଷ୍ଟରେ ସାପଟିକୁ ଛଡାଯାଇଛି । ସାପଟିର ଲମ୍ବ ୫ଫୁଟ ହେବ ବୋଲି ଜଣାପଡିଛି । ଏହି ଅଞ୍ଚଳରେ ଏତେ ବଡ ରଣା ସାପ ପ୍ରଥମ ଥର ଦେଖିବାକୁ ମିଳିଥିବା ସ୍ଥାନୀୟଲୋକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.