ଗାଁରୁ ବାସନ୍ଦ - ୫ ପରିବାରକୁ ନିଅଁ ପାଣି ବନ୍ଦ

Published By : Prameya-News7 Bureau | August 01, 2018 IST

ଗାଁ ଗୋଠିଆ ଗାଈ ଚରେଇବାକୁ ମନା କରିବାରୁ ୫ ପରିବାର ବାସନ୍ଦ । ନିଆଁ ପାଣି ବନ୍ଦ କରି ତଡି ଦେଇଛନ୍ତି ଗାଁ ଲୋକ । । କନ୍ଧମାଳ ଜୁରୁକୁପଡା ଗାଁରେ ଏମିତି ଘଟଣା ସାମ୍ନାକୁ ଆସିଛି । ଭୟରେ ବାସନ୍ଦ ପରିବାର କ. ନୂଆଗାଁ ଥାନର ଦ୍ବାରସ୍ଥ ହୋଇଥିଲେ ବି ପୋଲିସ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି । ୫ ପରିବାର ଗାଁରୁ ବାସନ୍ଦ । ଗାଁ ଗୋଠିଆ ଗୋରୁ ଚରେଇବାକୁ ମନା କରିଦେବାରୁ ନିଆଁ ପାଣି ବନ୍ଦ । ଗାଁ ଛାଡି ଚାଲିଯିବାକୁ ନିର୍ଦେଶ । କନ୍ଧମାଳ ଜୁରୁକୁପଡା ଗାଁରେ ଏମିତି ଘଟଣା ସାମ୍ନାକୁ ଆସିଛି । ଗୌତମ ନାଗ, କେନ୍ଦ୍ର ନାଗ, ବିଶ୍ବ ନାଗ, ଗଲିଆତି ଦିଗାଲ ଓ ଖେରା ଦିଗାଲଙ୍କ ପରିବାରକୁ ଏମିତି ଦଣ୍ଡ ମିଳିଛି । ପୂର୍ବରୁ ଏମାନେ ଗ୍ରାମବାସୀଙ୍କ ଗାଇ ଗୋରୁ, ମେଣ୍ଢା, ଛେଳି ଜଗୁଥିଲେ । ଏବେ ଗୃହପାଳିତ ପଶୁ ଚରେଇବାକୁ ମନା କରିଦେବାରୁ ଗାଁ ଲୋକଙ୍କ ଆକ୍ରୋସର ଶିକାର ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.