Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ରାୟଗଡାରେ କାୟା ବିସ୍ତାର କରୁଛି ଡେଙ୍ଗୁ

9/06/2018 at 10:08 AM

ରାୟଗଡ଼ା ବ୍ଲକ କୋତାପେଟା ପଞ୍ଚାୟତ ବୀରନାରାୟଣପୁର ଗାଁରେ ଆତଙ୍କ ଖେଳାଇଛି ଡେଙ୍ଗୁ । ଶୁକ୍ରବାର ୧୩ ଜଣଙ୍କ ରକ୍ତ ନମୂନାରୁ ୫ ଜଣଙ୍କ ଠାରେ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲା । ଶନିବାର ଆଉ ୮ ଜଣଙ୍କ ରକ୍ତ ନମୂନା ପରୀକ୍ଷଣ ପାଇଁ ପଠାଯାଇଛି କୋରାପୁଟ। ଡେଙ୍ଗୁ ଆକ୍ରାନ୍ତ ଆଦିନାରାୟଣ ଦୁସୁରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ସ୍ଥିତ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଆକ୍ରାନ୍ତଙ୍କ ଯେଉଭଳି ସ୍ବାସ୍ଥ୍ୟ ସେବା ମିଳିବା କଥା ତାହା ଉପଲବ୍ଧ ହେଉନଥିବା ଅଭିଯୋଗ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ରୋଗିଙ୍କ ଚିକିତ୍ସା ପାଇଁ ୨୦ ଶଯ୍ୟା ବିଶିଷ୍ଟ ଓ୍ବାର୍ଡା ରହିଥିଲେ ବି ତାହା ଖୋଲୁନି । କିଛି ରୋଗୀଙ୍କୁ ଭେଷଜ ପ୍ରକୋଷ୍ଠରେ ରଖି ଚିକିତ୍ସା କରାଯାଉଛି। ବାକି ରୋଗୀଙ୍କୁ ଭ୍ରାମ୍ୟମାଣ ମେଡିକାଲ ଟିମ୍ ଚିକିତ୍ସା କରୁଛି ।
ପରିସ୍ଥିତି ନିୟନ୍ତ୍ରଣ ଥିବା କହିଛନ୍ତି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଡେଙ୍ଗୁ ବ୍ୟାପିବା ପାଇଁ ସେ ବିପର୍ଯ୍ୟସ୍ଥ ପରିମଳ ବ୍ୟବସ୍ଥାକୁ ଦାୟୀ କରିଛନ୍ତି । ଏ ଗାଁ ସଫେଇକୁ ତ୍ବରାନ୍ବିତ କରାଯାଇଛି। ଗ୍ରାମବାସୀ ମିଳିତ ଭାବେ ଗାଁର ଡ୍ରେନ ସଫା କରିବା ସହ ଆବର୍ଜନା ହଟାଉଛନ୍ତି।

Leave a Reply

   Related Posts