ଗତ ଜୁଲାଇ ମାସରେ ୫ ଅର୍ଥନୀତିଜ୍ଞଙ୍କୁ ହତ୍ୟା କରିଛନ୍ତି କିମ୍‌ ଜୋଙ୍ଗ ଉନ୍‌, ଜାଣନ୍ତୁ କାହିଁକି?

Published By : Prameya-News7 Bureau | September 13, 2020 IST

ସିଓଲ: ଉତ୍ତରକୋରିଆ ଏକଛତ୍ରବାଦୀ କିମ୍‌ ଜୋଙ୍ଗ ଉନ୍‌ ଗତ ଜୁଲାଇ ମାସରେ ଦେଶର ୫ ଜଣ ଅର୍ଥନୀତିଜ୍ଞଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ଦକ୍ଷିଣ କୋରିଆ ନ୍ୟୁଜ୍ ପୋର୍ଟାଲ ଡେଲି ଏନକେ ସୂତ୍ରରୁ ଏହି ସୂଚନା ମିଳିଛି। ଏହି ଅର୍ଥନୀତିଜ୍ଞମାନେ ଏକ ଡିନର ପାର୍ଟିରେ ଦେଶର ଆର୍ଥିକ ଅବସ୍ଥା ସମୀକ୍ଷା କରିଥିଲା। ଘଟଣା ସମ୍ପର୍କରେ ଜଣାପଡିବା ପରେ ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ୍‌ ସେମାନଙ୍କୁ ଡକାଇ ଜୋର ଜବରଦସ୍ତ ଦୋଷ ସ୍ୱୀକାର କରାଇବା ସହ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି।

{"id":329221,"sizeSlug":"large"}

ତେବେ ଜୁଲାଇ ୩୦ ତାରିଖ ଦିନ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଥିବା ଅର୍ଥନୀତିଜ୍ଞମାନେ କିଏ ତାହା ସ୍ପଷ୍ଟ ହୋଇ ନାହିଁ।  ଏମାନେ କିନ୍ତୁ  ଆର୍ଥିକ ମନ୍ତ୍ରାଳୟର ଅଧିକାରୀ ଥିଲେ ବୋଲିଜଣାପଡିଛି। ଏମାନେ ପାର୍ଟିରେ ଦେଶର ଅର୍ଥବ୍ୟବସ୍ଥାକୁ ନେଇ ଚର୍ଚ୍ଚା କରିବା ସହ ରାଷ୍ଟ୍ରପତି କିମ୍‌ଙ୍କ ନୀତି ସମୀକ୍ଷା ମଧ୍ୟ କରିଥିଲେ। ଏଥିରେ ଦେଶକୁ ବିଦେଶୀ ସହଯୋଗର ଆବଶ୍ୟକତା ଥିବା ନେଇ ସେମାନେ ଚର୍ଚ୍ଚା କରିଥିବା ବେଳେ ଦେଶ ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗରେ  ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଛନ୍ତି।

{"id":329222,"sizeSlug":"large"}

କେବଳ ଏହି ୫ ଅଧିକାରୀ ନୁହନ୍ତି ପୂର୍ବରୁ କିମ୍‌ ଏପରି ଅଭିଯୋଗରେ ତାଙ୍କ ପିୟୁସାଙ୍କୁ ମଧ୍ୟ ହତ୍ୟା କରିଥିଲେ। ସେହିପରି ମାଲେସିୟାରେ ତାଙ୍କ ସାବତ ଭାଇଙ୍କୁ ମଧ୍ୟ ହତ୍ୟା କରାଇଥିବାର ଅଭିଯୋଗ ରହିଛି। କିମ୍‌ଙ୍କ ଶାସନରେ ଉତ୍ତରକୋରିଆ ବିଶ୍ୱରୁ ଏକଘରକିଆ ହୋଇଯାଇଛି। ଏଥିରେ ଶାସନତନ୍ତ୍ର କ୍ରମଶଃ ଦୁର୍ବଳ ହେବାରେ ଲାଗିଥିବା ବେଳେ ସରକାର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଅବସ୍ଥାରେ ମଧ୍ୟ ନାହାନ୍ତି। ଯଦି ଦେଶରେ କରୋନା ଭାଇରସ ସଂକ୍ରମଣ ହୁଏ ଚିକିତ୍ସା ସେବା ଯୋଗାଇ ପାରିବେନି ବୋଲି କିମ୍‌ ଚୀନ୍‌ ସୀମା ସିଲ କରିଛନ୍ତି।

{"id":329224,"sizeSlug":"large"}

ଚୀନ୍‌ ସୀମା ଆଖପାଖରେ କୌଣସି ନାଗରିକ ଦେଖା ଗଲେ ତାଙ୍କୁ ତୁରନ୍ତ ଗୁଳିକରି ହତ୍ୟାକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି  । ଏଣୁ ଲୋକେ ଭୟରେ ଚୀନ୍‌ ସୀମା ନିକଟତର ବି ହେଉନଥିବା ଦକ୍ଷିଣ କୋରିଆରେ ଅବସ୍ଥାପିତ ଆମେରିକୀୟ ସୈନ୍ୟ କମାଣ୍ଡର କହିଛନ୍ତି। ଗତ ଜାନୁୟାରୀ ମାସରୁ ଉତ୍ତର କୋରିଆ ଚୀନ୍‌ ସୀମାକୁ ସିଲ କରିରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.