ରାଜଧାନୀରୁ ୫ ଡକାୟତ ଗିରଫ, ୩ଟି ବାଇକ୍ ସହ ସୁନା ଅଳଙ୍କାର ଜବତ

Published By : Prameya-News7 Bureau | October 08, 2020 IST

ଭୁବନେଶ୍ବର ୮।୧୦: କରୋନା ମହାମାରୀ ମଧ୍ୟରେ ଡକାୟତଙ୍କ ଆତଙ୍କରାଜ ବଢି ବଢି ଚାଲିଛି । ବିଭିନ୍ନ ସ୍ଥାନରେ ଲୁଟତରଜା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ରାଜଧାନୀରୁ ୫ ଡକାୟତ ଗିରଫ ହୋଇଛନ୍ତି । ଡକାୟତମାନଙ୍କୁ ସହିଦନଗର ଥାନା ପୋଲିସ ଗିରଫ କରିଛି ।

{"id":340533,"sizeSlug":"large"}

ଗିରଫ ଡକାୟତମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଲୁଟ୍ କରୁଥିଲେ । ଡକାୟତଙ୍କଠାରୁ ୩ଟି ବାଇକ୍ ଜବତ କରିଛି ପୋଲିସ । ଏହାସହ ସେମାନଙ୍କ ନିକଟରୁ ୨୦୦ ଗ୍ରାମ୍‌ ସୁନା ଅଳଙ୍କାର ଜବତ କରାଯାଇଛି । ଏ ନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

{"id":340534,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.