୨୦ ବର୍ଷିୟା ମହିଳାଙ୍କୁ ୫ ଦିନଧରି ଗଣଦୁଷ୍କର୍ମ କଲେ ପୋଲିସ୍ କର୍ମୀ: ହତ୍ୟା ମାମଲାରେ ଜେଲ୍‌ରେ ଥିଲେ ପୀଡିତା

Published By : Prameya-News7 Bureau | October 19, 2020 IST

ମଧ୍ୟପ୍ରଦେଶ୧୯/୧୦: ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶ ରେୱା ଜିଲ୍ଲାରେ ଜଣେ ୨୦ ବର୍ଷ ବୟସ୍କା ମହିଳାଙ୍କୁ ହାଜତ ଭିତରେ ପୋଲିସ୍ କର୍ମୀମାନେ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦିନ ନୁହେଁ କି ଦୁଇଦିନ ନୁହେଁ, ଦୀର୍ଘ ୫ ଦିନଧରି ଅମାନୁଷିକ ଭାବେ ମହିଳାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନାା ଅନୁସାରେ ଅକ୍ଟୋବର ୯ ତାରିଖରୁ ୨୧ ତାରିଖ ଭିତରେ ମହିଳାଙ୍କ ସହ ଗଣଦୁଷ୍କର୍ମ କରାଯାଇଛି। ଅତିରିକ୍ତ ଜିଲ୍ଲା ଜଜ୍‌ ଏବଂ ଜଣେ ଆଇନୀଜୀବି ଯାଞ୍ଚ କରିବା ସମୟରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ, ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ମହିଳା ଜଣକ ଅତିରିକ୍ତ ଜିଲ୍ଲା ଜଜଙ୍କ ନିକଟରେ ପୁଲିସ୍‌ ବିରୋଧରେ ଏହି ଅଭିଯୋଗ କରିଥିଲେ। ଯାହା ପରେ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମହିଳା ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଜଣେ ମହିଳା କନଷ୍ଟେବଳ ଦୁଷ୍କର୍ମକାରୀ ପୁଲିସକୁ ଏହି କାର୍ଯ୍ୟରୁ ନ କରିବାକୁ ବିରୋଧ କରିବା ସତ୍ତ୍ବେ ବି ପୁଲିସ କର୍ମଚାରୀମାନେ ତାଙ୍କୁ ଓଲଟା ଗାଲି ଗୁଲଜ କରିଥିଲେ। ବିଭାଗୀୟ ଅଧିକାରୀ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.