Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଅଚିନ୍ତା ନିଦରେ ଘରେ ଶୋଇଥିଲେ ପରିବାର, ମାଡ଼ି ଆସିଲା ଟ୍ରକ, ନେଇଗଲା ୫ ଜୀବନ

8/07/2021 at 8:43 PM

କୋଟା, ୦୮/୦୭: ଏମିତି ବି ଆସେ ମୃତ୍ୟୁ । ଖାଇ ପାଇ ସାରି ଅଚିନ୍ତା ନିଦରେ ଶୋଇଗଲା ପରେ ଗୋଟିଏ ପରିବାର ଏମିତି ଚିରନିଦ୍ରାରେ ସବୁଦିନ ପାଇଁ ଶୋଇଯିବେ ତାହା କେବେବି ସେମାନେ ଭାବି ନଥିବେ । ଏପରି ଏକ ଲୋମ ହର୍ଷଣକାରୀ ଘଟଣା ଘଟିଛି ରାଜସ୍ଥାନର କୋଟା ଅଞ୍ଚଳରେ । ଏକ ଟ୍ରକ୍‌ ମାଡ଼ିଯିବାରୁ ଗୋଟିଏ ପରିବାରର ୫ ଜଣଙ୍କର ଜୀବନ ଯାଇଛି ।

ରାଜସ୍ଥାନ ଝଲୱାର ପୋଲିସ୍‌ର ସୂଚନା ଅନୁସାରେ ବୁଧବାର ଦିନ ରାତିରେ ଗୋରଖଲ-ଟିନ୍‌ଧର ରାସ୍ତା ପାଖରେ ଛପର ଘର କରି ରହୁଥିବା ଏକ ପରିବାର ଖାଇ ସାରି ଘରେ ଶୋଇଥିଲେ । ରାତି ପାଖାପାଖି ୧୨ଟା ୩୦ ମିନିଟ୍‌ ସମୟରେ ଏକ ଡମ୍ଫର୍‌ ନିୟନ୍ତ୍ରଣ ହରାଇ ଘର ଉପରକୁ ମାଡ଼ି ଆସିଥିଲା । ଫଳରେ ଟ୍ରକ୍‌ଟି ୫ଜଣଙ୍କ ଉପରେ ଚଢ଼ିଯାଇଥିଲା । ସୌଭାଗ୍ୟ ବଶତଃ କିଛି ଦୂରରେ ଛାଡ଼ି ଶୋଇଥିବା ଅନ୍ୟ ଦୁଇଜଣ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଛନ୍ତି । ମୃତକ ମାନଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଥିବା ବେଳେ ୨ ଜଣ ବଡ଼ ଲୋକ ରହିଛନ୍ତି । ତେବେ ପୋଲିସ୍‌ ସୂଚନାରୁ ଶୁରେଶ ଭିଲ୍‌ (୪୪), ତାଙ୍କ ସ୍ତ୍ରୀ ସୀତାବାଇ (୪୦), ସେମାନଙ୍କର ତିନି ସନ୍ତାନ ନିର୍ମଳା (୧୧), ପବନ (୭), କମଳେସ୍‌ (୫) ଙ୍କର ମୃତ୍ୟୁ ହୋଇଛି ।

ତେବେ ପୋଲିସ୍‌ ଦୁର୍ଘଟଣା ଘଟାଇଥିବା ଡମ୍ଫର ଡ୍ରାଇଭରକୁ ଧରି ନିଜ ଥାନାକୁ ନେଇଥିବା ବେଳେ ମୃତକ ମାନଙ୍କ ଶବ ବ୍ୟବଛେଦ କରି ସେମାନଙ୍କ ସଂପର୍କୀୟଙ୍କୁ ହସ୍ତାନ୍ତର କରିଛି ।

   Related Posts