ବର୍ଷା ବିତ୍ପାତ : ରାଜ୍ୟରେ ଯାଇଛି ୫ ଜୀବନ

Published By : Prameya-News7 Bureau | August 21, 2020 IST

ଭୁବନେଶ୍ୱର, ୨୧|୦୮ :  ରାଜ୍ୟରେ ଲଗାଣ ବର୍ଷା ୫ଟି ଜୀବନ ନେଇଛି । ବନ୍ୟା ସ୍ଥିତି ନଥିଲେ ମଧ୍ୟ ବର୍ଷାରୁ ୫ଜଣ ପ୍ରାଣ ହରାଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ଏସଆରସି କହିଛନ୍ତି ଯେ, ବର୍ଷା ୫ଜଣଙ୍କ ଜୀବନ ନେଇଛି । ମୃତକଙ୍କ ମଧ୍ୟରେ ମୟୂରଭଞ୍ଜରୁ ୩ଜଣ ଥିବା ବେଳେ ବଲାଙ୍ଗୀର ଓ ଦେବଗଡରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରୁ ୩ଜଣ ନଦୀରେ ଭାସିଯାଇ ଓ ୨ଜଣ କାନ୍ଥ ପଡି ପ୍ରାଣ ହରାଇଛନ୍ତି ।

ତେବେ ରାଜ୍ୟରେ ବନ୍ୟା ସ୍ଥିତି ନଥିବା କହିଥିଲେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତ୍ରିମୟ ରଥ । ସେ କହିଥିଲେ ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଫଳରେ ଅନେକ ନଦୀର ଜଳସ୍ତର ବିପଦ ସଙ୍କେତ ଟପିଲାଣି । ତେବେ ବନ୍ୟା ସ୍ଥିତି ନାହିଁ। ବର୍ଷା ଯୋଗୁଁ ନଦୀରେ ପାଣି ଅଛି । ବନ୍ୟାର ଆଶଙ୍କା ବି ନାହିଁ । ତେବେ ୨ଟି ନଦୀର ଜଳସ୍ତର ବିପଦ ସଂକେତ ଉପରେ ରହିଛି । ବୈତରଣୀ ନଦୀରର ଜଳ ଆଖୁଆପଦାଠାରେ ୧୮. ୮୫ରେ ରହିଛି । ଏହାର ବିପଦ ସଙ୍କେତ ୧୭.୮୩  ଅଟେ ।

ସେହିପରି ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି । ସବୁ ନଦୀ ବନ୍ଧ ସୁଦୃଢ଼ ଅଛି ଦୁର୍ବଳ ନାହିଁ । ଏତତ୍ ବ୍ୟତୀତ ହୀରାକୁଦକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୮୫ ହଜାର ଘନ ଫୁଟ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୩୩ ହଜାର ଘନ ଫୁଟ ନିଷ୍କାସନ ହେଉଛି । ତେବେ ଗତ ୨୪ ଘଂଟାରେ ମାଲକାନଗିରି , ସୁନ୍ଦରଗଡ଼ ଓ ନବରଙ୍ଗପୁରରେ ୨ ଇଂଚ ରୁ ଅଧିକ ବର୍ଷା ହୋଇଥିବା ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.