ଅନଲାଇନ୍ ଠକେଇ ଅଭିଯୋଗରେ ୫ଜଣ ଅଟକ

Published By : Prameya-News7 Bureau | December 05, 2019 IST

କଟକ ୫/୧୨: ସ୍କିଲ ଇଣ୍ଡିଆ ଓ ଡିଜିଟାଲ ଇଣ୍ଡିଆ ନାମରେ ଲୋକଙ୍କ ଆଧାର ନମ୍ବର ଓ ବାୟୋମେଟ୍ରିକ ସଂଗ୍ରହ ଅଭିଯୋଗ ହୋଇଛି ।ସନ୍ଦେହରେ ୫ଜଣଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ।

{"id":194157,"sizeSlug":"large"}

କଟକ ଜିଲ୍ଲା ଟାଙ୍ଗି ଚୌଦ୍ୱାର ବ୍ଲକ କହ୍ନେଇପୁର ପଞ୍ଚାୟତ ବରପଦା ଗ୍ରାମରେ ଅଟକ ଅଛନ୍ତି ୫ଜଣ। ସେମାନଙ୍କ ନିକଟରେ କୌଣସି ଅନୁମତି କିମ୍ବା ପରିଚୟ ପତ୍ର ନାହିଁ ।ଅନଲାଇନ୍ ଠକେଇ ପାଇଁ ବାୟୋମେଟ୍ରିକ ଓ ଆଧାର ନମ୍ବର ସଂଗ୍ରହ କରାଯାଉଥିବା ସନ୍ଦେହ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏକ ବଡ଼ ରାକେଟ କାମ କରୁଥିବା  ଜଣାପଡିଛି। ଟାଙ୍ଗି ପୋଲିସକୁ ସୂଚନା ଦେଇଛନ୍ତି ଗ୍ରାମବାସୀ।

{"id":194158,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.