ଜଣେ କି ଦୁଇଜଣ ନୁହେଁ, ଜଗନ ମୋହନ ରେଡ୍ଡୀଙ୍କ ସରକାରରେ ରହିବେ ୫ଜଣ ଉପ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | June 07, 2019 IST

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କ୍ୟାବିନେଟ ବିସ୍ତାର ଓ ପ୍ରଥମ କ୍ୟାବିନେଟ ବୈଠକର ଗୋଟିଏ ଦିନ ପୂର୍ବରୁ ବିଧାୟକ ଦଳ ବୈଠକ କରିଛନ୍ତି । ଅମରବତି ପାର୍ଟି ଅଫିସରେ ଜଗନ ମୋହନ ରେଡ୍ଡୀ ବିଧାୟକଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକରେ ନବନିର୍ବାଚିତ ବିଧାୟକମାନେ ସାମିଲ ଅଛନ୍ତି । ରେଡ୍ଡୀ ନିଜ କ୍ୟାବିନେଟରେ ସମସ୍ତଙ୍କୁ ସ୍ଥାନ ଦେବା ପାଇଁ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରିଛନ୍ତି ।

ଜଗନ ମୋହନ ରେଡ୍ଡୀଙ୍କ ନୂଆ ସରକାରରେ ୫ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ । ଜଗନ ମୋହନ ରେଡ୍ଡୀଙ୍କ କ୍ୟାବିନେଟରେ ୫ ମନ୍ତ୍ରୀ ଅନୁସୂଚିତ ଜାତି ଜନଜାତି, ପଛୁଆ ବର୍ଗ, ଲଘୁ ସଂଖ୍ୟକ ଏବଂ କାପୂ ସମ୍ପ୍ରଦାୟର ମନ୍ତ୍ରୀ ରହିବେ । ତାଙ୍କ ମନ୍ତ୍ରୀମଣ୍ଡଳରେ ମୋଟ ୨୫ କ୍ୟାବିନେଟ ରହିବେ । ଏମାନେ ଶନିବାର ଦିନ ଶପଥ ଗ୍ରହଣ କରିବେ ।

ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ଜଗନ ମୋହନ ରେଡ୍ଡୀ ମେ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଜଗନ ରେଡ୍ଡୀଙ୍କ ଦଳ ୧୭୫ ବିଧାନସଭା ଆସନରୁ ୧୫୧ ଆସନରୁ ବିଜୟୀ ହୋଇଥିଲା । ୨୫ ଲୋକସଭା ଆସନରୁ ରେଡ୍ଡୀଙ୍କ ଦଳ ୨୨ଟି ଆସନରୁ ବିଜୟୀ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.