Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

କାଶ୍ମୀର ବୁଲି ଫେରି ଆସିଲେ, ହେଲେ ନିଜ ଘର ପାଖ ଗାଁରେ ଦୁର୍ଘଟଣାର ଶିକାର, ଚାଲିଗଲା ୫ ଜଣଙ୍କ ଜୀବନ

20/07/2021 at 6:01 PM

କେମୁର ୨୦/୦୭ : ବିହାର କେମୁର ଜିଲ୍ଲା ଦୁର୍ଗାବତୀ ଥାନା ଅନ୍ତର୍ଗତ ଜି.ଟି ରୋଡରେ ଥିବା କୁଲ୍ହଡିଆ ଗାଁରେ ଅବସ୍ଥିତ କୁଲେଶ୍ୱରୀ ଧାମ ଟର୍ଣ୍ଣିଙ୍ଗରେ ଏକ ଦୁର୍ଘଟଣାରେ ପାଞ୍ଚ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି। ସମସ୍ତେ କାଶ୍ମୀରରୁ ଯାତ୍ରା କରିବା ପରେ ନିଜ ଗାଁକୁ ଫେରୁଥିଲେ। ସୋମବାର ରାତି ପ୍ରାୟ ୧୧ ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୪୦ ବର୍ଷୀୟ ସୁରଜ ସିଂ, ୪୧ ବର୍ଷିୟ ରାହୁଲ ସିଂ, ରୋଶନ ସିଂ, ୪୦ ବର୍ଷୀୟ ଭବାନୀ ସିଂ ଓ ୪୦ ବର୍ଷୀୟ ପଙ୍କଜ ସିଂହ ସାମିଲ ଅଛନ୍ତି।

ସୁରଜ, ରାହୁଲ, ପଙ୍କଜ, ରୋଶନ ଏବଂ ଭବନୀ ସିଂଙ୍କ ସହିତ ଅନ୍ୟ କିଛି ଲୋକ ମଧ୍ୟ କାଶ୍ମୀର ଯାଇଥିଲେ। ବାକିମାନେ ଅନ୍ୟ ଏକ ଗାଡିରେ ଥିଲେ। ସେମାନଙ୍କ ଗାଡି ଏମାନଙ୍କ ଗାଡିକୁ ଅତିକ୍ରମ କରି ଆଗକୁ ଚାଲି ଯାଇଥିଲା। ଏମାନଙ୍କ ହୁଣ୍ଡାଇ କାର କୁଲେଶ୍ୱରୀ ଧାମ ଟର୍ଣ୍ଣିଙ୍ଗ ନିକଟ ଜିଟି ରୋଡରେ କେନାଲ ପାଚେରୀର ସହ ଧକ୍କା ହୋଇ ପାଣିରେ ଓଲଟି ପଡିଥିଲା। ଯେତେବେଳେ ଏହି ୫ ଜଣ ସେମାନଙ୍କ ଗାଁରେ ପହଞ୍ଚିନଥିଲେ, ସେତେବେଳେ ସମ୍ପର୍କୀୟ ଓ ଅନ୍ୟ ଯାତ୍ରା ସାଥୀ ଏବଂ ପୋଲିସ୍ ସେମାନଙ୍କୁ ଖୋଜିବା ଆରମ୍ଭ କରିଥିଲେ। ରାତିସାରା ଖୋଜାଖୋଜି କରିବା ପରେ ମଧ୍ୟ ଦୁର୍ଘଟଣାରେ ସମ୍ପୃକ୍ତ ଲୋକଙ୍କ ବିଷୟରେ କିଛି ଜଣାପଡ଼ିନଥିଲା।

ମଙ୍ଗଳବାର ସକାଳେ ଯେତେବେଳେ ଗ୍ରାମବାସୀ କୁଲେଶ୍ୱରୀ ଧାମ ଟର୍ଣ୍ଣିଙ୍ଗ ଆଡକୁ ଗଲାବେଳେ ଦେଖିଲେ ଯେ କାରଟି ପାଣିରେ ଓଲଟି ପଡିଛି। ଏହି ଖବର ଶୁଣି ନିକଟସ୍ଥ ଗାଁରୁ ଗ୍ରାମବାସୀଙ୍କ ଭିଡ ଜମିଥିଲା। ମୃତକଙ୍କ ଗାଁରୁ ଅନେକ ଲୋକ ମଧ୍ୟ ପହଞ୍ଚିଥିଲେ। ସକାଳ ପ୍ରାୟ ସାଢେ ୬ଟା ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସକୁ ଦେଖି କିଛି ଲୋକ ରାଗିଯାଇ ସେମାନଙ୍କୁ ଦଉଡାଇଥିଲେ। ପୋଲିସ ସହ ହାତାହାତି ମଧ୍ୟ ହୋଇଥିଲେ। କିନ୍ତୁ ପରେ ଭେରିଆ ଏବଂ କୁଲ୍ହଡିଆ ଗାଁର ଲୋକମାନେ ବୁଝାଇବା ପରେ ସେମାନେ ଶାନ୍ତ ହୋଇଥିଲେ। କ୍ଷତିଗ୍ରସ୍ତ କାରକୁ କ୍ରେନ୍ ପାଇ ପାଣି ଭିତରୁ ଟାଣି ବାହାର କରାଗଲା। ମୃତକଙ୍କ ଶବ ମଧ୍ୟ ବାହାର କରାଗଲା। ଶବଗୁଡିକୁ ଜବତ କରି ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

   Related Posts