Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ବାହାଘର ସାରି ଫେରୁଥିବାବେଳେ ଓଲଟିଲା ମିନି ଟ୍ରକ୍ : ୫ମୃତ ଏବଂ ୨୨ଆହତ

7/11/2020 at 3:10 PM

ସିଙ୍ଗରୌଲି ୭/୧୧: ମଧ୍ୟପ୍ରଦେଶର ସିଙ୍ଗରୌଲି ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଘରକୁ ଫେରୁଥିବା ବରଯାତ୍ରୀରେ ଭର୍ତ୍ତି ଥିବା ମିନି ଟ୍ରକ୍ ଅନିୟନ୍ତ୍ରିତ ହୋଇ ଓଲଟି ଯାଇଛି ଯେଉଁଥି​ରେ ୪ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି ଏବଂ ଆଉ ଜଣଙ୍କର ହସ୍ପିଟାଲରେ ପହଞ୍ଚିବା ପରେ ମୃତ୍ୟୁ ହୋଇଯାଇଛି।ଏହି ଘଟଣାରେ ୨୨ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କର ସିଙ୍ଗରୌଲି ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଚାଲିଛି।

 ସିଙ୍ଗରୌଲି ଜିଲ୍ଲାର ସରଇ ଥାନା ଗଜରା ବହରାରେ ରାତି ୩ଟା ପାଖାପାଖି ବରଯାତ୍ରୀ ଲଦି ଯାଉଥିବା ମିନି ଟ୍ରକ ଭାରସାମ୍ୟ ହରାଇ ଓଲଟି ଯାଇଛି। ମିନି ଟ୍ରକରେ ଯାଉଥିବା ୪ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ଜଣଙ୍କର ହସ୍ପିଟାଲରେ ପହଞ୍ଚିବା ପରେ ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣାରେ ୨୨ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ବୈଢ଼ନର ଟ୍ରମା ସେଣ୍ଟରରେ ଚିକିତ୍ସା ଚାଲିଛି।

ମିନି ଟ୍ରକରେ ୩୫ଜଣ ବରଯାତ୍ରୀ ଘରକୁ ଫେରୁଥିବାବେଳେ ହଠାତ୍ ଟ୍ରକ୍ ଭାରସାମ୍ୟ ହରାଇ ଖାଇରେ ଖସି ପଡ଼ିଥିଲା। ସୂଚନା ମିଳିବା ମାତ୍ରେ ସରଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତକଙ୍କ ଶବ ସରଇର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପୋଷ୍ଟମର୍ଟମ ପାଇଁ ପଠା ଯାଇଛି।

   Related Posts