ବଜ୍ରାଘାତରେ ୫ ମୃତ, ୫ ଗୁରୁତର

Published By : Prameya-News7 Bureau | May 29, 2020 IST

ଭୁବନେଶ୍ବର୨୯/୫: ଝାରସୁଗୁଡା ଜିଲ୍ଲା ଲଇକେରା ଅଞ୍ଚଳରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ଗମ୍ଭାରୀଗୁଡା ଗାଁର ପରୀକ୍ଷିତ ଭଇଁସାଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି । ସେହି ଗାଁର ଅନ୍ୟ ୩ ଜଣ ଆହତ ହୋଇ ମୁଦ୍ରାଜୋର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏଥି ସହ ଖଇରଡ଼ିହି ଓ କୁଲେମୁରା ଗ୍ରାମର ୧୦ ରୁ ଅଧିକ ଗାଈଙ୍କର ମୃତ୍ୟୁ ହୋଇଛି । ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ ସରବରାହ ମଧ୍ୟ ବ୍ୟାହତ ହୋଇଛି ।

ସେହିପରି ବଜ୍ରାଘାତରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ପତଳା ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗାଁର ୨ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେହିଭଳି ଗାଁରେ କିଛି ଲୋକଙ୍କର ଆଜବେଷ୍ଟସ ଉଡିଯିବା ସହ ଘରର କାନ୍ଥ ଭାଙ୍ଗିଯାଇଛି । ତେବେ ଘର ଭିତରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେହିପରି ସୁନ୍ଦରଗଡରେ କାଳବୈଶାଖୀରେ ଜଣେ ୧୦ ବର୍ଷର ଝିଅର ମୃତ୍ୟୁ ହୋଇଛି। ରାଜଗାଙ୍ଗପୁର ଲମଲୋଇ ଗାଁର ଅମିଶା ସୁରିନଙ୍କ ଉପରେ ମାଟି କାନ୍ଥ ଭୁଶୁଡି ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ବରରେ ଝଡ ବର୍ଷା ସହ ଘଡିଘଡି, ବିଜୁଳି ମାରିଥିଲା । ଏହା ସହ ବହୁ ଜୋରରେ ପବନ ହେବାରୁ ରାସ୍ତା କଡ ଗଛ ଉପୁଡି ପଡିଥିବାଲ ଦେଖିବାକୁ ମିଳିଛି । ଏହା ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ଏଥିପାଇଁ ବିଦ୍ୟୁତ ସରବରାହ ବ୍ୟାଘାତ ହୋଇଛି । ଅନ୍ୟପଟେ ରାଜ୍ୟର ଅନ୍ୟ କିଛି ସ୍ଥାନରେ ବଜ୍ରାଘାତରେ ବଜ୍ରାଘାତରେ ଜୀବନହାନୀ ହୋଇଥିବା ଖବର ଆସିଛି । ବାଲେଶ୍ଵର ଜିଲ୍ଲାରେ ବଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ବାଲିଆପାଳ କେନ୍ଦୁଡିହା ଗାଁରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ଯୁବକ ଜଣକ ହେଲେ ପଶ୍ଚିମବଙ୍ଗର କୁଳଡିହା ଅଞ୍ଚଳର ଉପେନ୍ଦ୍ର ସିଂ। ଅନ୍ୟପଟେ ଭୋଗରାଇ ବ୍ଲକ ବଡ଼ପlହି ଗାଁର ଅର୍ଣ୍ଣପୁର୍ଣ୍ଣା ରଣା ନାମକଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.