ଜାଣନ୍ତି କି ? ଦୈନିକ ୫ କପ କଫି ଟାଳିପାରେ ଜକୃତ କର୍କଟ ବିପଦ

Published By : Prameya-News7 Bureau | July 19, 2019 IST

ସାରା ଦିନରେ ୫ କପ୍ କଫି ପିଇ ଜକୃତ କର୍କଟ ବିପଦକୁ ଅଧାରୁ ବି କମ୍ କରାଯାଇପାରେ। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି। ରିସର୍ଚ୍ଚ ଜର୍ଣ୍ଣାଲ ‘ବିଏମଜେ ଓପନ’ରେ ସନ୍ଦର୍ଭର ବିସ୍ତୃତ ଆଲୋଚନା କରାଯାଇଛି। ଅଧିକମାତ୍ରାରେ କଫି ପିଇବା ଦ୍ୱାରା ହିପେଟୋ ସେଲ୍ୟୁଲର କ୍ୟାନସର(ଏଚସିସି)ରୁ ରକ୍ଷା ମିଳିଥାଏ।   ଯାହା ଶାରା ବିଶ୍ୱରେ ହେଉଥିହା କର୍କଟ ଜନିତ ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ବୋଲି ଏହି ଗବେଷଣାରୁ ଜଣାପଡିଛି।

{"id":135421}

ଏଥିରେ କେଫିନ ଯୁକ୍ତ କଫି ଏକ କପରୁ ଅଧିକ ପିଇଲେ ଏଚସିସିର ବିପଦ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ ଟଳାଯାଇପାରେ। ସେହିପରି ୨ କପରୁ ଅଧିକ ପିଇଲେ ଏହିବିପଦ ୩୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୁଏ। ସାଉଥମ୍ପଟନ ବିଶ୍ୱବିଦ୍ୟାଳୟର ପ୍ରମୁଖ ଲେଖକଙ୍କ ଅନୁସାରେ କଫିକୁ ଏମିତିରେ ବି ସ୍ୱାସ୍ଥ୍ୟ ପାଇଁ ଲାଭଜନକ କୁହାଯାଏ।ତେବେ ଜକୃତ କର୍କଟ ଉପରେ ଏହାର ଗଭୀର ପ୍ରଭାବ ଥିବା  ପ୍ରଥମଥର ଗବେଷଣାରୁ ଜଣାପଡିଛି ବୋଲି ଉଲ୍ଲେଖ କରିଛନ୍ତି।

{"id":135422}

ତେବେ ଆମେ କାହାକୁ ଏବେଠାରୁ ଦୈନିକ  ୫ କପ୍ କଫି ପିଇବାକୁ ପରାମର୍ଶ ବି ଦେଉନୁ। କାହିଁକି ନା କଫିରେ ଉଚ୍ଚମାତ୍ରାର କେଫେନ ଥାଏ, ଯାହା ସ୍ୱାସ୍ଥ୍ୟ ନିମନ୍ତେ ଆଦୌ ଅନୁକୂଳ ନୁହେଁ। ଖାସ କରି ଗର୍ଭବତୀ ମହିଳାଙ୍କୁ କଫି ଅଥବା ଚା ପାନରୁ ଦୂରେଇ ରହିବା ଆବଶ୍ୟକ। ତେବେ ଧ୍ୟାନ ରଖିବା ଦରକାର ଯେ କୌଣସି ବି ପଦାର୍ଥ ଆବଶ୍ୟକତାଠାରୁ ଅଧିକ ଗ୍ରହଣ କଲେ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ବିପଦ ଥାଏ ବୋଲି ଜର୍ଣ୍ଣାଲର ଲେଖକ ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.