ସରକାରୀ ଖାତାରୁ ୫ କୋଟି ଗାଏବ, ଗୋଟିଏ ଆକାଉଣ୍ଟକୁ ହୋଇଛି ଟ୍ରାନ୍ସଫର, ମାମଲା ଦାୟର କଲେ ସିଡିଏମଓ

Published By : Prameya-News7 Bureau | April 30, 2021 IST

ସୁବର୍ଣ୍ଣପୁର ୩୦।୦୪: ସରକାରୀ ଖାତାରୁ ଟଙ୍କା ଗାଏବ । ହଜାରେ କି ଦୁଇ ହଜାର ନୁହେଁ ୫ କୋଟିରୁ ଉର୍ଦ୍ଧ୍ଵ ଟଙ୍କା । ବିଭାଗୀୟ ମୁଖ୍ୟଙ୍କ ଅଜାଣତରେ ଏତେ ଟଙ୍କା ଗାୟବ ହୋଇଥିବା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଗତକାଲି ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ ବିଭାଗର ଏନଏଚଏମ ବିଭାଗର ଆକାଉଟାଣ୍ଟ ବ୍ୟାଙ୍କରୁ ଯାଇ ମାସିକିଆ ଆକାଉଣ୍ଟ ଷ୍ଟେଟମେଣ୍ଟ ମାଗିଥିବାବେଳେ ୫ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ନଥିବା ଜଣା ପଡିଥିଲା । ରାଉରକେଲାର କୌଣସି ଏକ ଆକାଉଣ୍ଟକୁ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣା ପଡିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାମଲା ଦାୟର କରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଜାଣତରେ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ସରକାରୀ ଆକାଉଣ୍ଟରୁ ଗାୟବ ହୋଇଥିବାବେଳେ ଏନେଇ ଜିଲ୍ଲା ସିଡିଏମପିଏଚଓ କ୍ରାଇମ ବ୍ରାଞ୍ଚ କଟକ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି । ଗତକାଲି ଏନଏଚଏମ ବିଭାଗର ଆକାଉଂଟାଣ୍ଡ ଭାରତୀୟ ଷ୍ଟେଟ ବ୍ୟାଙ୍କ ସୁବର୍ଣ୍ଣପୁର ଶାଖାରୁ ଯାଇ ମାସିକିଆ ଆକାଉଂଟ ଷ୍ଟେଟମେଂଟ ମାଗିଥିବାବେଳେ ୫ କୋଟିରୁ ଉର୍ଦ୍ଧ ଟଙ୍କା ନଥିବା ଜଣା ପଡିଥିଲା । ଏନେଇ ବିଭାଗୀୟ ମୁଖ୍ୟଙ୍କୁ କହିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା କରାଯାଇଥିଲା । ପରେ ଜଣା ପଡିଛି ଯେ କୌଣସି ଏକ ଆକାଉଂଟକୁ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ଟ୍ରାନ୍ସଫର ହୋଇଛି । ତେବେ ଟଙ୍କା ରାଉରକେଲାର ଏକ ଆକାଉଂଟକୁ ଯାଇଥିବା ସିଡିଏମପିଏଚଓ ସୁଚନା ଦେଇଛନ୍ତି ।

{"id":446719,"sizeSlug":"large","linkDestination":"none"}

ଏହି ଟଙ୍କା ଗାୟବ ହୋଇଥିବା ଜଣା ପଡିଲା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଟକ କ୍ରାଇମବ୍ରାଂଚ ଓ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ନିଜ ବିଭାଗରେ ମଧ୍ୟ ତନା ଘନା ଜାରି ରହିଥିବା ଜଣା ପଡିଛି ।  ଅପରପକ୍ଷେ ଘଟଣାର ସିଡିଏମପିଏଚଓଙ୍କ ଲିଖିତ ଅଭିଯୋଗକୁ ନେଇ ତଦନ୍ତ ଜାରି ରହିଛି ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣା ପଡିବ ବୋଲି ସୁଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।

ଆଶ୍ଚର୍ଯ୍ୟ କଥା ଏତେ ବଡ ରକମର ଟଙ୍କା କିଭଳି ଅନ୍ୟ ଆକାଉଂଟକୁ ଟ୍ରାନ୍ସଫର ହେଲା ଏବଂ ଏହା ବିଭାଗୀୟ ଅଧିକାରୀ କିଭଳି ଜାଣି ପାରିଲେ ନେହିଁ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.