୫ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଚାକିରି ଗଲା

Published By : Prameya-News7 Bureau | October 04, 2019 IST

ଭୁବନେଶ୍ୱର  ୦୪।୧୦-  ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଆଉ ନିସ୍ତାର ନାହିଁ । ଆଉ କରପ୍ଟ ଅଫିସରଙ୍କୁ ଟଲରେଟ୍ କରିବେନି ସରକାର । ଏଣିକି ଦୁର୍ନୀତିଗ୍ରସ୍ତ ଅଫିସର ବାଧ୍ୟତାମୂଳକ ଅବସର ନେଇ ସିଧା ଘରକୁ ଯିବେ । ଆଗରୁ ଛୋଟମୋଟ୍ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ଆଜି ବଡ଼ବଡ଼ିଆ ଅଫିସରଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଦୁର୍ନୀତିରେ ବୁଡ଼ି ରହିଥିବା ୪ ଅଧିକାରୀଙ୍କୁ ଆଜି ବାଧ୍ୟତାମୂଳକ ଅବସର ନିର୍ଦ୍ଦେଶ ଦିଆଯାଇଛି । ଜଣଙ୍କୁ ସରକାର ବହିଷ୍କୃତ ହୋଇଛନ୍ତି ।

କପ୍ତିପଦା ତହସିଲଦାର ପ୍ରଦୀପ କୁମାର ଜେନାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି ।

ଶରତ ଚନ୍ଦ୍ର ପଣ୍ଡା । ବାବୁ ଥିଲେ ନୂଆପଡ଼ା ଜିଲ୍ଲା ଖରିଆର ଡିଭିଜନର ଡିଏଫଓ । ସରକାରଙ୍କ କହିବା ଅନୁସାରେ ଇଏ ହେଉଛନ୍ତି ରାଜ୍ୟର ସବୁଠୁ କରପ୍ଟ ଅଫିସର । ୟାଙ୍କ ନାଁରେ ରହିଛି ୫ କୋଟି ୨୩ ଲକ୍ଷ ୬୦ ହଜାର ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗର ମାମଲା । ୨୦୧୬ରେ ଯେତେବେଳେ ବିମୁଦ୍ରୀକରଣ କରଣ ହୋଇଥିଲା, ଶରତ ଚନ୍ଦ୍ର ପଣ୍ଡା ଏବଂ ତାଙ୍କ ପରିବାର ଲୋକେ ବିଭିନ୍ନ ବ୍ୟାଙ୍କରେ ସାଢ଼େ ଚାରିକୋଟି ଟଙ୍କା ଜମା କରିଥିଲେ,  ଯାହାଥିଲା କୌଣସି ସରକାରୀ ବାବୁ ଏବଂ ତାଙ୍କ ପରିବାର ଲୋକଙ୍କ ନାଁରେ ଜମା ହୋଇଥିବା ସର୍ବାଧିକ ଟଙ୍କା । ଏହି ମାମଲାରେ ବାବୁଙ୍କୁ ଭିଜିଲାନ୍ସ ବାନ୍ଧିବା ପରେ ସରକାର ତାଙ୍କୁ ନିଲମ୍ବିତ କରିଥିଲେ ।

{"id":166338,"width":579,"height":346}

ବସନ୍ତ କୁମାର ବେହେରା । ଓଡ଼ିଶା ଟ୍ରାନସପୋର୍ଟ ଇଞ୍ଜିନିୟରିଙ୍ଗ ସର୍ଭିସ, ଓଟିଇଏସ୍‌ର ଆରଟିଓ ବସନ୍ତ ବେହେରାଙ୍କୁ ବାଧ୍ୟମୂଳକ ଭାବେ ଅବସର ନେଇଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏହି କରପ୍ଟ ବାବୁଙ୍କ ନାଁରେ ରହିଛି ଦୁଇଟି ଭିଜିଲାନ୍ସ ମାମଲା । ଆୟବହିର୍ଭୁତ ସମ୍ପତ୍ତିଠୁଳ ମାମଲାରେ ୨୦୧୮ ଏବଂ ୨୦୧୪ ମସିହାରେ ବାବୁ ଦୁଇଦୁଇ ଥର  ଜେଲ୍ ଯାଇସାରିଛନ୍ତି ।ସବୁଠୁ ବଡ଼କଥା ହେଉଛି ବସନ୍ତ ବାବୁ ହେଉଛନ୍ତି ପରିବହନ ବିଭାଗର ସବୁଠୁ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ମଧ୍ୟରେ ଜଣେ । ୟାଙ୍କର ଉଭା ସମ୍ପତ୍ତି ପରିମାଣ ୩ କୋଟି ୬୧ ଲକ୍ଷରୁ ଅଧିକ ।..

{"id":166343,"width":577,"height":377}

ଦିଲ୍ଲୀପ କୁମାର ନାଗ । ଅବକାରୀ ବିଭାଗର ଡେପୁଟି କମିଶନର । ରାଜ୍ୟର ଆଉ ଜଣେ ସବୁଠୁ ଦୁର୍ନୀତିଗ୍ରସ୍ତ ଅଫିସର। ୨୦୧୨ ମସିହାରେ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ସେତେବେଳେ ବାବୁଙ୍କ ଘରୁ ନଗତ ୪୬ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଥିଲା । ଏହାସହ ବାବୁ ଏବଂ ତାଙ୍କ ପରିବାର ଲୋକଙ୍କ ନାଁରେ ଦେଢ଼ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠାବ ହୋଇଥିଲା ।

{"id":166344,"width":545,"height":345}

ଆଉ ଜଣେ ଦୁର୍ନୀତି ଗ୍ରସ୍ତ ଅଫିସର ଅଶୋକ କୁମାର ମାଝୀ । ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗରେ   

ଏସିଏସ୍‌ଓ ଥିବା ଅଶୋକ ମାଝୀଙ୍କୁ ମଧ୍ୟ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଛି ।ବାବୁଙ୍କ ନାଁରେ ଦୁଇଟି ଭିଜିଲାନ୍ସ ମାମଲା ଚାଲିଛି । ବାବୁ ଚାକିରିରେ ଥିବା ବେଳେ ରାଇସ ମିଲ ମାଲିକମାନଙ୍କୁ ଏଭଳି ଅନୁକମ୍ପା ଦେଖାଇଥିଲେ ଯେ, ସରକାରଙ୍କୁ ଲକ୍ଷଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.