କରୋନା ମ୍ୟାପ୍‌ରେ ଜଗତସିଂହପୁର, ଏକାଥରକେ ଜିଲ୍ଲାରେ ୪ ସଂକ୍ରମିତ- କେନ୍ଦ୍ରାପଡାରେ ଜଣେ

Published By : Prameya-News7 Bureau | May 06, 2020 IST

ଜଗତସିଂହପୁର୬/୫: ଜଗତସିଂହପୁରରେ ପହଞ୍ଚିଲା କରୋନା। ଜିଲ୍ଳାରେ ଏକାଥରକେ ଚିହ୍ନଟ ହୋଇଛନ୍ତି ୪ ଜଣ କୋଭିଡ-୧୯ ସଂକ୍ରମିତ। ଏହାଫଳରେ ରାଜ୍ୟର କରୋନା ମ୍ୟାପ​‌ରେ ୧୭ ତମ ଜିଲ୍ଲା ଭାବେ ଯୋଡି ହୋଇଛି  ଜଗତସିଂହପୁର ।ଏଥିସହିତ ​‌କେନ୍ଦ୍ରାପଡାରେ ମଧ୍ୟ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ଏହି ୫ଜଣଙ୍କୁ  ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୫କୁ ବୃଦ୍ଧି ପାଇଛି।

{"id":265703,"sizeSlug":"large"}

ଜଗତସିଂହପୁରରେ ଚିହ୍ନଟ ହୋଇଥିବା ଚାରି ସଂକ୍ରମିତଙ୍କ ରହିଛି ସୁରଟ ଲିଙ୍କ୍। ସେମାନେ ନିକଟରେ ସୁରଟରୁ ଫେରିଥିଲେ। ସେମାନେ ସମସ୍ତେ ପୁରୁଷ ହୋଇଥିବା ବେଳେ ନାଉଗାଁ ବ୍ଲକ ଅଞ୍ଚଳର ବାସିନ୍ଦା। ସେମାନଙ୍କ ବୟସ ଯଥାକ୍ରମେ ୨୬, ୩୦, ୩୨ ଏବଂ ୪୭ ବର୍ଷ। ତେବେ ଏହି ଚାରିଜଣ ଯାକ ସୁରଟରୁ ଫେରିବା ପରେ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ। କିନ୍ତୁ ଆଜି ସ୍ବାବ୍ ପରୀକ୍ଷା ଆସିବା ପରେ ଚାରିଜଣ ପଜିଟିଭଙ୍କ ସଂପର୍କରେ ସୂଚନା ମିଳିଛି।। ପୂର୍ବରୁ ଜିଲ୍ଲାରେ କେହି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ବେଳେ ଚାରିଜଣ ଚିହ୍ନଟ ହେବା ପରେ ଜିଲ୍ଳାରେ ଆତଙ୍କ ସୃଷ୍ଟି ହୋଇଛି। ସେପଟେ କେନ୍ଦ୍ରାପଡାରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ପରେ ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ୩ କୁ ବୃଦ୍ଧି ପାଇଛି।ସବୁ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।

wp:core-embed/twitter {"url":"https://twitter.com/IPR_Odisha/status/1258007112787070977?s=20","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1258007112787070977?s=20
/wp:core-embed/twitter

ସେହିଭଳି କେନ୍ଦ୍ରାପଡାରେ କରୋନା ପଜିଟିଭ୍ ଚିହ୍ନଟ ବ୍ୟକ୍ତିଙ୍କ ବୟସ ୬୦ ବର୍ଷ। ସେ ନିକଟରେ କୋଲକାତାରୁ ଫେରିଥିଲେ। ସେପଟେ କରୋନା ସଂକ୍ରାନ୍ତ ଏକ ଭଲ ଖବର ବି ସାମ୍ନାକୁ ଆସିଛି। ୨ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବୁଧବାର ଅପରାହ୍ନ ୫ଟା ୪୫ ସୁଦ୍ଧା କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୮୫ ହୋଇଥିବା ବେଳେ ଆକ୍ଟିଭ କେସ୍ ୧୨୨ରେ ରହିଛି। ୬୧ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.