ରାଜଧାନୀରେ ଆଉ ୫ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ମଧ୍ୟରେ ଜଣେ ଡାକ୍ତର

Published By : Prameya-News7 Bureau | June 16, 2020 IST

ଭୁବନେଶ୍ୱର, ୧୬|୦୬: ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରୁ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୫ଜଣଙ୍କ ମଧ୍ୟରୁ ୩ ଜଣ ହୋମ୍ କ୍ୱାରେଣ୍ଟାଇନ୍  ହୋଇଥିବା ବେଳେ ଆଉ ୨ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ବିଏମସି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

କ୍ୱାରେଣ୍ଟାଇନରେ ଥିବା ସଂକ୍ରମିତମାନେ ହେଲେ ସତ୍ୟନଗରର ଜଣେ ୩୬ ବର୍ଷର ଯୁବକ । ସେ ନିକଟରେ ଦିଲ୍ଲୀରୁ ଫେରିଥିଲେ । ସେହିପରି ଜୟଦେବ ବିହାରର ଜଣେ ଆଇଟି କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆହୁରି ମଧ୍ୟ ପଟିଆ ଶ୍ରୀବିହାର ଅଞ୍ଚଲର ଜଣେ ୨୫ ବର୍ଷୀୟ ମହିଳା ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

wp:html /wp:html

ଏତତ୍ ବ୍ୟତୀତ ସ୍ଥାନୀୟ ୨ ସଂକ୍ରମିତ ବ୍ୟକ୍ତି  ଡୁମଡୁମା ହାଉସିଂ ବୋର୍ଡ କଲୋନିର ଜଣେ ୩୬ ବର୍ଷୀୟ ଯୁବକ ଓ ୨୪ ବର୍ଷର ଜଣେ ମେଡିକାଲ କର୍ମଚାରୀ । ଏହାକୁ ମିଶାଇ ରାଜଧାନୀରେ ମୋଟ ମାମଲା ୧୩୨କୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମିତ ସଂଖ୍ୟା । ରାଜ୍ୟରେ ଆଉ ୧୦୮କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୬୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୫ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୧୩ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.