Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ରାମ ରହିମଙ୍କୁ ଶକ୍ତ ଝଟକା, ରଞ୍ଜିତ ସିଂହ ମର୍ଡର କେସ୍‌ରେ ଆଜୀବନ ଜେଲ୍, ୧୯ ବର୍ଷ ପରେ ପରିବାରକୁ ମିଳିଲା ନ୍ୟାୟ

18/10/2021 at 4:48 PM

ଚଣ୍ଡିଗଡ ୧୮।୧୦: ଡେରା ସଚ୍ଚା ସୌଦାର ପ୍ରମୁଖ ଗୁରମିତ  ରାମ ରହିମଙ୍କୁ ଲାଗିଲା ଜୋରଦାର ଝଟକା। ବହୁ ଚର୍ଚ୍ଚିତ ରଞ୍ଜିତ ସିଂହ ହତ୍ୟା ମାମଲାରେ ସିବିଆଇର ସ୍ଵତନ୍ତ୍ର ଅଦାଲତ ସୋମବାର ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୀର୍ଘ ୧୯ ବର୍ଷ ପରେ ପରିବାର ଲୋକଙ୍କ ନ୍ୟାୟ ମିଳିଛି। ଏହା ବ୍ୟତୀତ ଅନ୍ୟ ଚାରି ଦୋଷୀଙ୍କୁ ବି ସମାନ ଦଣ୍ଡ ଦିଆଯାଇଛି। ୨୦୦୨ରେ ପୂର୍ବତନ ଡେରା ପ୍ରବନ୍ଧକ ରଞ୍ଜିତ ସିଂହଙ୍କ ହତ୍ୟା ମାମଲାରେ ଅକ୍ଟୋବର ୮ରେ କୋର୍ଟ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ରାୟ ଶୁଣାଇବା ପୂର୍ବରୁ ହରିୟାଣାର ପଞ୍ଚକୁଲା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇ ୧୪୪ ଧାରା ଲାଗୁ କରାଯାଇଛି।

ଏଥିସହ ଅଦାଲତ ରାମ ରହିମଙ୍କ ଉପରେ ୩୧ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି। ବାକି ଅନ୍ୟ ଚାରି ଦୋଷୀଙ୍କ ଉପରେ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଲଗାଯାଇଛି। ସିବିଆଇର ସ୍ଵତନ୍ତ୍ର ଅଦାଲତଙ୍କ ଏହି ନିଷ୍ପତ୍ତି ବିରୋଧରେ ରାମ ରହିମ ହାଇକୋର୍ଟର ଦ୍ଵାରସ୍ଥ ହେବେ ବୋଲି ଜଣା ପଡିଛି।

ରଞ୍ଜିତ ସିଂହ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଡେରା ସଚ୍ଚା ସୌଦାର ପ୍ରମୁଖ ଗୁରମିତ ରାମ ରହିମ ଭିଡିଓ କନଫରେନ୍ସିଂ ଜରିଆରେ ସିବିଆଇ କୋର୍ଟରେ ହାଜର ହୋଇଥିଲେ। ଅନ୍ୟ ଚାରି ଅଭିଯୁକ୍ତ କୃଷ୍ଣ କୁମାର, ଅବତାର, ଯଶବୀର ଏବଂ ସଦବିଲଙ୍କୁ ପୋଲିସ କଡା ସୁରକ୍ଷାରେ କୋର୍ଟରେ ହାଜର କରାଇଥିଲା।

୨୦୧୭ ଅଗଷ୍ଟରେ ପଞ୍ଚକୁଲାରେ ଘଟିଥିବା ହିଂସାକୁ ଦୃଷ୍ଟିରେ ରଖି ରାମ ରହିମ ସଂପର୍କିତ କୌଣସି ବି ମାମଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ୨୦୧୭ରେ ଏକ ଦୁଷ୍କର୍ମ ମାମଲାରେ ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ଏବଂ ପରବର୍ତ୍ତୀ ଦଙ୍ଗାରେ ୩୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଉଲ୍ଲେଖନୀୟ ଦୁଇ ଅନୁଗାମୀଙ୍କ ସହ ଦୁଷ୍କର୍ମ ମାମଲାରେ ରାମ ରହିମ ବର୍ତ୍ତମାନ ୨୦ ବର୍ଷର ଜେଲ ଦଣ୍ଡ ଭଗୁଛନ୍ତି।

   Related Posts