ବଲିଉଡର ୫ଟି ସବୁଠୁ ବିବାଦୀୟ ଫଟୋ: ଗୋଟିଏ ହେଉଛି ଅକ୍ଷୟ କୁମାରଙ୍କ ପ୍ୟାଣ୍ଟର ଜିପ୍ ବନ୍ଦ କଲେ ଟ୍ବିଙ୍କଲ ଖନ୍ନା, ଅନ୍ୟଗୁଡିକ ବି ଦେଖନ୍ତୁ…

Published By : Prameya-News7 Bureau | September 04, 2019 IST

ମୁମ୍ବାଇ୪|୯: ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ତାଜା ଖବର ବା ଫଟୋ ଭାଇରାଲ ହେବାରେ ଲାଗିଥାଏ। ତେବେ ଅନ୍ୟାନ୍ୟ ଖବରଠୁ ଅଧିକ ମଜେଦାର ହୋଇଥାଏ ବଲିଉଡ ବା ଫିଲ୍ମ ଇଣ୍ଡଷ୍ଟ୍ରିର ଚଟପଟା ଖବର। କାରଣ ସାଧାରଣତଃ ଲୋକେ ସେହିମାନଙ୍କ ବିଷୟରେ ଜାଣିବା ପସନ୍ଦ କରନ୍ତି ଯେଉଁମାନଙ୍କୁ ପ୍ରତିଦିନ ପରଦାରେ ଦେଖନ୍ତି। ତେବେ ବଲିଉଡର ଏହି ୫ଟି ବିବାଦୀୟ ଫଟୋ ଉପରେ ନଜର ପକାନ୍ତୁ ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା।

{"id":152884,"width":541,"height":566}

ଅକ୍ଷୟ କୁମାର ଓ ଟୁଇଙ୍କିଲ ଖନ୍ନା-

ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କର ଏହି ଫଟୋକୁ ଦର୍ଶକ ବହୁତ ସମାଲୋଚନା କରିଥିଲେ। ଏହା ସହ ସେ ଏହି ଫଟୋ ପାଇଁ ଟ୍ରୋଲ ମଧ୍ୟ ହୋଇଥିଲେ। ଫଟୋରେ ଅକ୍ଷୟ ନିଜ ପ୍ୟାଣ୍ଟର ଜିପ୍‌ ପତ୍ନୀ ଟୁଇଙ୍କିଲ ଖନ୍ନାଙ୍କ ଦ୍ବାରା ବନ୍ଦ କରାଇଥିଲେ।

{"id":152885,"width":569,"height":379}

କ୍ୟାଟ୍ରିନା କୈଫ ଓ ରାଣୀ ମୁଖର୍ଜ୍ଜୀ-

ଏହି ଫଟୋ ଏକ ଇଭେଣ୍ଟରେ ଉଠାଯାଇଥିଲା। ଏହି ଫଟୋ ରାଣୀ ଓ କ୍ୟାଟ୍ରିନା ପରସ୍ପଙ୍କୁ ଆଲିଙ୍ଗନ କରିବା ସମୟରେ ଉଠାଯାଇଥିଲା। ଫଟୋଟି ଏଭଳି ଉଠାଯାଇଥିଲା ଯେମିତି ଉଭୟ ପରସ୍ପରଙ୍କୁ କିସ୍‌ କରିବାକୁ ଯାଉଥିଲେ। ଏହି ଫଟୋ ପାଇଁ ଉଭୟଙ୍କୁ ବେଶ ଟ୍ରୋଲ କରାଯାଇଥିଲା।

{"id":152886,"width":538,"height":538}

ଏହି ଫଟୋ କ୍ୟାଟ୍ରିନା ଓ ତାଙ୍କ ବନ୍ଧୁଙ୍କର। କ୍ୟାଟ୍ରିନା କୈଫ ପାର୍ଟି କରୁଥିବା ସମୟରେ ଅଧିକ ମଦ ପିଇଥିଲେ। ସେହି ସମୟରେ ତାଙ୍କ ବନ୍ଧୁ ଘରକୁ ଯିବା ପାଇଁ କ୍ୟାଟ୍‌ଙ୍କୁ କହିଥିଲେ। ତାଙ୍କ ବନ୍ଧୁ ହାତ ବଢାଇବା ସମୟରେ ହଠାତ୍‌ କ୍ୟାଟ୍‌ ଉଠି ଚାଲିବାକୁ ଚେଷ୍ଟା କରିଥିଲେ।  କ୍ୟାଟ୍ରିନା ଚାଲିବା ସମୟରେ ଭୁଲରେ ତାଙ୍କ ବନ୍ଧୁଙ୍କ ହାତ କ୍ୟାଟ୍‌ଙ୍କ ଡ୍ରେସ ଭିତରକୁ ପଶିଯାଇଥିଲା। ଏହି ଫଟୋ ଯୋଗୁଁ ଅନେକ ବିବାଦ ସୃଷ୍ଟି ହୋଇଥିଲା।  

{"id":152887}

ଐଶ୍ବର୍ଯ୍ୟା ରାଏ ଓ ଅଜୟ ଦେବଗନ-

ଏହି ଫଟୋ ଏକ ଆୱାର୍ଡ ଶୋରେ ଉଠାଯାଇଥିଲା। ଫଟୋରେ ଉଭୟ ଐଶ୍ବର୍ଯ୍ୟା ଓ ଅଜୟଙ୍କ ବ୍ୟତୀତ ଅଭିଷେକ ବଚ୍ଚନ ମଧ୍ୟ ନଜର ଆସିଛନ୍ତି। ଏହି ଫଟୋରେ ଅଜୟ ଓ ଐଶ୍ବର୍ଯ୍ୟା ପରସ୍ପରଙ୍କୁ ଆଲିଙ୍ଗନ କରିବା ସମୟରେ ଉଭୟଙ୍କ ଆଖି ବନ୍ଦ ଥିଲା। ଫଟୋଟିକୁ ଭଲ ବାବେ ଦେଖିଲେ ଲାଗୁଛି ଅବିଷେକଙ୍କୁ ଐଶ୍ବର୍ଯ୍ୟା ଧୋକା ଦେଉଛନ୍ତି ।

{"id":152888}


ଐଶ୍ବର୍ଯ୍ୟା ରାଏ ଓ ଅମିତାଭ ବଚ୍ଚନ-

ଗୋଟେ ଇଭେଣ୍ଟରେ ଐଶ୍ବର୍ଯ୍ୟା ରାଏ ଓ ଅମିତାଭ ବଚ୍ଚନ ପରସ୍ପରଙ୍କୁ ଆଲିଙ୍ଗନ କରିବା ସମୟରେ ଲାଗୁଥିଲା ଯେମିତି ଐଶ୍ବର୍ଯ୍ୟା ନିଜ ଶ୍ବଶୁର ଅମିତାଭଙ୍କୁ ଗାଲରେ କିସ୍‌ କରୁଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଅଧିକ ଭାଇରାଲ ହୋଇଥିଲା। ଫଟୋ ଯୋଗୁଁ ଉଭୟଙ୍କୁ ଟ୍ରୋଲ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.