୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଗୁରୁତ୍ଵର ସହ ଓଡିଆଙ୍କ ଯତ୍ନ ନେବାର ପ୍ରତିଶ୍ରୁତି ଦେଲେ: ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | April 01, 2020 IST

ଭୁବନେଶ୍ଵର/ନୂଆଦିଲ୍ଲୀ ୦୧।୦୪: କରୋନା ଲକ୍ ଡାଉନ୍ କାରଣରୁ ଓଡିଶାର ଅନେକ ଲୋକମାନେ କେରଳ, ହରିୟାଣା, ତାମିଲନାଡୁ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପରିପ୍ରେକ୍ଷୀରେ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଜୀଙ୍କ ସହ ଫୋନ୍ ଯୋଗେ କଥାବାର୍ତ୍ତା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏ ସମ୍ପର୍କରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଓଡିଆ ଭାଇ ଭଉଣୀ ମାନଙ୍କର ରହିବା, ଖାଇବା, ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଶେଷ ଭାବରେ ସାମାଜିକ ଦୂରତା ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାଞ୍ଚଟି ରାଜ୍ୟ ସରକାରଙ୍କୁ ସୁବନ୍ଦୋବସ୍ତ କରିବା ପାଇଁ ଅନୁରୋଧ କଲି । ଓଡିଆ ଭାଇ ଭଉଣୀଙ୍କ ସମସ୍ୟା ସମ୍ପର୍କରେ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ଅବଗତ ଥିବା ଓ ଉପଯୁକ୍ତ ଗୁରୁତ୍ୱର ସହ ସେମାନଙ୍କର ଆବଶ୍ୟକ ଯତ୍ନ ନେବାର ପ୍ରତିଶ୍ରୁତି ଦେଲେ ।

ଓଡିଆ ଭାଇ ଭଉଣୀ ଓ ଗୁରୁଜନମାନେ ଯେଉଁଠି ଅଛନ୍ତି ସେହିଠାରେ ରହିବାକୁ ଅନୁରୋଧ । ସମ୍ପୃକ୍ତ ରାଜ୍ୟ ସରକାର ଓ  ଜିଲ୍ଲା ପ୍ରଶାସନ ସହ ଯୋଗସୂତ୍ରରେ ରହି ଆପଣଙ୍କୁ ସହଯୋଗ କରିବାକୁ ଆମେ ସବୁ ପ୍ରକାର ପ୍ରଚେଷ୍ଟା କରୁଛୁ  । ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଭଲରେ ରଖିବେ ବୋଲି ମୋର ଦୃଢ଼ ବିଶ୍ୱାସ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.