ଜାଣନ୍ତୁ ଭାରତର ୫ଟି ଏପରି ସହର ବିଷୟରେ ଯାହା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ରହିଛି ସବୁଠୁ ଆଗରେ

Published By : Prameya-News7 Bureau | October 27, 2019 IST

ନୂଆଦିଲ୍ଲୀ ୨୭/୧୦: ବିଶ୍ବରେ ଏପରି ବହୁତ ଦେଶ ରହିଛି ଯାହା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସବୁଠୁ ଆଗେ ରହିଛି। ଜାପାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସବୁଠୁ ଆଗେ ରହିଛି। ଏହା ବ୍ୟତୀତ ବିଶ୍ବରେ ଏପରି ଅନେକ ଦେଶ ରହିଛି ଯେଉଁଗୁଡ଼ିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଗରେ ରହିଛି କିନ୍ତୁ ବର୍ତ୍ତମାନ ଭାରତରେ ମଧ୍ୟ ଅର୍ଥବ୍ୟବସ୍ଥା ସୁଧୁରିବାକୁ ଲାଗିଛି। ଆଜି ଆମେ ଆପଣଙ୍କୁ ଭାରତର ୫ଟି ଏପରି ସହର ବିଷୟରେ କହିବୁ ଯେଉଁଗୁଡ଼ିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସୁବଠୁ ଆଗରେ ରହିଛି।

{"id":175402}

୧. ନୂଆଦିଲ୍ଲୀ : ଭାରତର ରାଜଧାନୀ ଦିଲ୍ଲୀ ଭାରତର ପଞ୍ଚମ ଏପରି ସହର ଯାହା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସବୁଠୁ ଆଗରେ ରହିଛି। ଦିଲ୍ଲୀ ଆଖପାଖ ଅଞ୍ଚଳ ଯେପରିକି ନୋଏଡ଼ା,ଫରିଦାବାଦ,ଗୁଡ଼ଗାଁଓ ଆଦି ପ୍ରଯୁକ୍ତିବିଦ୍ୟା ​‌କ୍ଷେତ୍ରରେ ଯଥେଷ୍ଟ ଆଗରେ ରହିଛି। ଏହା ବ୍ୟତୀତ ଗୁଡ଼ଗାଁଓକୁ ଭାରତର ସାଇବର ସିଟି ନାଁରେ ଜଣା ଯାଇଥାଏ।

{"id":175403}

୨.ମୁମ୍ବାଇ,ମହାରାଷ୍ଟ୍ର : ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଭାରତର ଚତୁର୍ଥ ଏପରି ସହର ଯାହା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସବୁଠୁ ଆଗରେ ରହିଛି। ମୁମ୍ବାଇ ମହାରାଷ୍ଟ୍ରର ରାଜଧାନୀ ଯାହାକୁ ଭାରତର ଆର୍ଥିକ ରାଜଧାନୀ ଭାବେ ଜଣାଯାଇଥାଏ। ମୁମ୍ବାଇ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଯଥେଷ୍ଟ ପ୍ରତିଷ୍ଠାଲାଭ କରିଛି। ଭାରତର ସବୁଠୁ ଧନୀ ବ୍ୟବସାୟୀ ଏହି ସହରରେ ରୁହନ୍ତି।

{"id":175404}

୩. ତେଲେଙ୍ଗାନା ,ହାଇଦ୍ରାବାଦ : ତେଲେଙ୍ଗାନାର ରାଜଧାନୀ ହାଇଦ୍ରବାଦ ଭାରତର ତୃତୀୟ ଏପରି ସହର ଯାହା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସବୁଠୁ ଆଗରେ ରହିଛି। ରୋଜଗାର ପ୍ରଦାନ କରିବା କ୍ଷେତ୍ରରେ ଏହି ସହର ଭାରତର ଟପ୍ ଟେନ୍ ସହର ତାଲିକାରେ ଆସିଥାଏ। ପ୍ରଯୁକ୍ତିବିଦ୍ୟା ଯୋଗୁଁ ଏହି ସହର ବେଶ୍ ପ୍ରତିଷ୍ଠାଲାଭ କରି ପାରିଛି।

{"id":175405}

୪. ମହାରାଷ୍ଟ୍ର,ପୁଣେ : ମହାରାଷ୍ଟ୍ରର ପୁଣେ ଭାରତର ଦ୍ବିତୀୟ ଏପରି ସହର ଯାହା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସବୁଠୁ ଆଗରେ ରହିଛି। ପୁଣେକୁ ମହାରାଷ୍ଟ୍ରର ସାଂସ୍କୃତିକ ରାଜଧାନୀ ଭାବେ ମଧ୍ୟ ଜଣାଯାଏ। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏହି ସହର ଭାରତର ଅନେକ ସହରକୁ ପଛରେ ପକାଇ ଦେଇଥାଏ।

{"id":175406}

୧. ବେଙ୍ଗାଲୁରୁ : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଭାରତର ପ୍ରଥମ ଏପରି ସହର ଯାହା ଯାହା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସବୁଠୁ ଆଗରେ ରହିଛି। ବେଙ୍ଗାଲୁରୁକୁ ସିଲିକନ୍ ସିଟି ଭାବେ ମଧ୍ୟ ଜଣାଯାଇଥାଏ। ଏହା ବ୍ୟତୀତ ଏହି ସହରକୁ ଆଇଆଇଟିର ହବ୍ ମଧ୍ୟ କୁହାଯାଏ। ରୋଜଗାର କ୍ଷେତ୍ରରେ ଏହି ସହର ଭାରତର ଶ୍ରେଷ୍ଠ ୫ଟି ସହରର ତାଲିକାରେ ଆସିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.