Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଇଟା ଭାଟି ଚିମନୀ ପାଇଁ ଖୋଳାଯାଇଥିଲା ଗର୍ତ୍ତ, ବର୍ଷା ଯୋଗୁଁ ଭରିଥିଲା ପାଣି : ଗାଧୋଇବାକୁ ଯାଇ ବୁଡିଗଲେ ୫ ନିଷ୍ପାପ ଶିଶୁ

12/06/2021 at 9:46 PM

ପାଟନା ୧୨/ ୦୬ : ବିହାରର ସହରସାରେ ଏକ ଅଭାବନୀୟ ଘଟଣା ଘଟିଛି । ପାଣିରେ ବୁଡି ୫ ଜଣ ଶିଶୁଙ୍କର ସଲୀଳ ସମାଧି ଘଟିଛି । ସମସ୍ତଙ୍କ ବୟସ ୮ ରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି । ଇଟା ଭାଟି ଚିମିନି ତିଆରି ପାଇଁ ଖୋଳାଯାଇଥିବା ଗାତରେ ପଡି ସମସ୍ତଙ୍କ ମୃତ୍ୟୁ ଘଟିଛି ।


ସୂଚନା ଅନୁସାରେ, ସହରସା ବସ୍ତିରେ ଥିବା ଓ୍ବାର୍ଡ ନଂ ୩୯ରେ ଏହି ହୃଦୟ ବିଦାରକ ଘଟଣା ଘଟିଛି । ଇଟା ଭାଟି ଚିମନି ପାଇଁ ମାଟି ଖୋଳାଯାଇଥିଲା । ଯାହାଫଳରେ ସେଠାରେ ଏକ ଗାଢ ତିଆରି ହୋଇଯାଇଥିଲା । ତେବେ ବର୍ଷା ହେବାରୁ ସେଠାରେ ପାଣି ଭରିଯାଇଥିଲା । ବସ୍ତିରେ ରହୁଥିବା କିଛି ଶିଶୁ ଭରା ପାଣିକୁ ଗାଧୋଇବାକୁ ଆସିଥିଲେ । ସେଠାରେ ପାଣି ଅଧିକ ଥିବାରୁ ସେମାନେ ଡୁବିଯାଇଥିଲେ । ନିକଟରେ କେହି ନଥିବାରୁ ଶିଶୁମାନଙ୍କର ଚିତ୍କାର କାହାରିକୁ ଶୁଣାଯାଇନଥିଲା ।


ଯାହା ଫଳରେ ମାତ୍ର କେଇ ମିନିଟ ମଧ୍ୟରେ ଲିଭି ଯାଇଥିଲା ୫ ପାଞ୍ଚଟି ନିଷ୍ପାପ ଶିଶୁଙ୍କ ଜୀବନ । ଘଟଣା ବାବଦରେ ଜଣାପଡିବା ପରେ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣା ବାବଦରେ ସୂଚନା ପାଇ ପୋଲିସ ସେଠାରେ ପହଞ୍ଚିବା ସହିତ ଶିଶୁମାନଙ୍କ ମୃତ ଦେହଗୁଡିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

କେଉଁମାନଙ୍କ ଦାୟିତ୍ବହୀନତା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଲା ତାହାର ଖୋଳତାଡ ଆରମ୍ଭ କରିଛି ପୋଲିସ। ମାଟି ଖୋଳାଯିବା ପରେ ସେଠାରେ ଉକ୍ତ ସଂସ୍ଥା ପକ୍ଷରୁ କିଛି ସାବଧାନତା ବୋର୍ଡ ଳଗାଯାଇଥିଲା କି ନାହିଁ, ସ୍ଥାନୀୟ ଲୋକମାନଙ୍କ ଏ ବାବଦରେ ସୂଚନା ଦିଆଯାଇଥିଲା କି ନାହିଁ । ଗାତ ଖୋଳାଯାଇଥିବା ସ୍ଥାନରେ ସଂପୃକ୍ତ ସଂସ୍ଥା ପକ୍ଷରୁ ଗାର୍ଡ ନିଯୁକ୍ତ କରାଯାଇଥିଲେ କି ନାହିଁ । ଏ ସମସ୍ତ ଦିଗ ପ୍ରତି ଖୋଳତାଡ ଆରମ୍ଭ କରିିଛି ପୋଲିସ । ଏହା ସହିତ ମୃତ ଶିଶୁଙ୍କ ପରିବାର ଲୋକଙ୍କୁ କ୍ଷତି ପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

   Related Posts