Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଟିକଟକ୍ ଭିଡିଓ କରୁକରୁ ଭୁଲିଗଲେ କେତେ ଅଛି ପାଣି, ନଦୀରେ ଜଣଙ୍କ ପରେ ଜଣେ ବୁଡିଗଲେ ୫ ଛାତ୍ର

29/05/2020 at 6:40 PM

ବାରଣାସୀ, ୨୯|୦୫: ଏବେ ଟିକଟକ୍‌କୁ ନେଇ ଅନେକ ବିବାଦ ଜାରି ରହିଛି । କେତେକ ସୋସିଆଲ ମିଡିଆ ୟୁଜର ଟିକଟକ୍‌ ଆପ୍ଲିକେସନକୁ ଦେଶରେ ବ୍ୟାନ୍ କରିବା ପାଇଁ ଅଡି ବସିଛନ୍ତି । ଏହା ଏକ ଚାଇନିଜ୍ ଆପ୍ ବୋଲି ଏହାକୁ ବ୍ୟାନ୍ କରିବା ପାଇଁ ଦାବି ମଧ୍ୟ ଜୋର ହେଉଛି . ଏହା ମଧ୍ୟରେ ଉତ୍ତର ପ୍ରଦେଶର ବାରଣାସୀରେ ଏକ ବଡ ଧରଣର ଅଘଟଣ ଘଟିଯାଇଛି । ଟିକଟକ୍‌ ଭିଡିଓ କରୁଥିବା ବେଳେ ୫ଜଣ ଛାତ୍ର ଗଙ୍ଗା ନଦୀରେ ବୁଡି ଜୀବନ ହାରିଛନ୍ତି ।

ସୂଚନାନୁସାରେ,  ଗଙ୍ଗା ନଦୀ କୂଳରେ ଥିବା ରାମନଗର ଗ୍ରାମର ରଫିକ, ପରଦୀନ, ଇକବାଲ, ରିଜଓ୍ୱାନ ଓ ଗୁଡୁ ଶୁକ୍ରବାର ସକାଳେ ଟିକଟକ୍ କରିବାକୁ ଚାହିଁଥିଲେ । ଏହାପରେ ସେମାନେ ସକାଳ ୮ଟାରେ ଟିକଟକ୍‌ ଭିଡିଓ କରିବା ପାଇଁ ଗଙ୍ଗା ନଦୀ କୂଳରେ ପହଁଚିଥିଲେ । ସେହି ସମୟରେ ସିପହିୟା ଘାଟରେ ନଦୀର ଜଳସ୍ରୋତ ଅଧିକ ଥିଲା  । ଭିଡିଓ କରୁଥିବା ବେଳେ ସେମାୱେ ନଦୀ ମଧ୍ୟକୁ ଚାଲିଯାଇଥିଲେ । ଭିଡିଓ ବେଳେ ଜଣେ ଛାତ୍ର ବୁଡିଯାଉଥିବା ବେଲେ ଆଉ ଜଣେ ତାକୁ ରକ୍ଷା କରିବା ପାଇଁ ନଦୀ ମଧ୍ୟକୁ ଯାଇଥିଲେ । ଏପରି ସମସ୍ତ ୫ଜଣ ବୁଡିଯାଇଥିଲେ ।

ନଦୀ କୂଳରେ ବସିଥିବା କିଛି ଯୁବକ ଡଙ୍ଗା ଧରି ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ସେମାନଙ୍କର କୌଣସି ସନ୍ଧାନ ମିଳିପାରି ନଥିଲା । ଏହାପରେ ସେମାନଙ୍କୁ ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରିଥିଲେ । ଦୀର୍ଘ ଦୁଇ ଘଣ୍ଟା ପରେ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପରେ ପୋଲିସ ଓ ପ୍ରଶାସନ ପହଁଚି ମୃତଦେହ ବ୍ୟବଚ୍ଛେଦ ପାଇ ଲାଲ ବାହାଦୁର ଶାସ୍ତ୍ରୀ ହସ୍ପିଟାଲକୁ ପଠାଇଛି ।   

   Related Posts