ପଶ୍ଚିମବଙ୍ଗରେ ୫ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା : ମମତାଙ୍କୁ ରିପୋର୍ଟ ମାଗିଲେ ଅମିତ ଶାହ

Published By : Prameya-News7 Bureau | June 09, 2019 IST

କୋଲକାତା ୯/୬ : ପଶ୍ଚିମବଙ୍ଗ ଉତ୍ତର ୨୪ ପରଗନାରେ ବିଜେପି ଓ ତୃଣମୂଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ହୋଇଥିବା ହିଂସାର ରିପୋର୍ଟ ମାଗିଛନ୍ତି କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ । ଏହି ରାଜନୈତିକ ହିଂସାରେ ବିଜେପିର ୫ଜଣ ଏବଂ ଟିଏମସିର ଜଣେ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଛି । ଉତ୍ତର ୨୪ ପରଗନା ଜିଲ୍ଲାରେ ଶନିବାର ସନ୍ଧ୍ୟାରେ କର୍ମୀଙ୍କ ମଧ୍ୟରେ ପତାକା ହଟାଇବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

{"id":121316}

ବିବାଦ ଏତେ ବଢି ଯାଇଥିଲା ଯେ, ଏଥିରେ ଉଭୟ ଦଳର କର୍ମୀ ହାତାହାତି ହୋଇଥିଲେ । ହିଂସାରେ ୫ଜଣ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଛି । ଏନେଇ ଗୃହମନ୍ତ୍ରୀ ଅମିତ ଶାହ ମମତା ବାନାର୍ଜୀଙ୍କୁ ରିପୋର୍ଟ ମାଗିଛନ୍ତି ।

{"id":121318}

ବିଜେପି ନେତା ମୁକୁଲ ରାୟ ଅଭିଯୋଗ କରିଛନ୍ତି ଯେ, ବସିରହାଟର ସନ୍ଦେସଖାଲି ଅଂଚଳରେ ଟିଏମସି କାର୍ଯ୍ୟକର୍ତ୍ତା ୪ଜଣ ବିଜେପି କର୍ମୀଙ୍କୁ ହତ୍ୟା କରିଛନ୍ତି । ୪ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ମୁକୁଲ ରାୟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.